ନାକଫୁଲ ପିନ୍ଧିଲେ, ମହିଳା ଦିଶନ୍ତି ଅଧିକ ସୁନ୍ଦର
ନାକଫୁଲ ପିନ୍ଧିଲେ, ମହିଳା ଦିଶନ୍ତି ଅଧିକ ସୁନ୍ଦର
ଭୁବନେଶ୍ୱର: ସୁନ୍ଦରତା ନାରୀର ଆଭୁଷଣ ଉପରେ ନିର୍ଭର କରିଥାଏ । ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ମହିଳା ମାନେ ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ସହ ବହୁ ରକମର ଅର୍ନାମେଣ୍ଟସ କିଣି ଆଣନ୍ତି । ତେବେ ସୁନ୍ଦରତା ବୃଦ୍ଧି ପାଇଁ ନାକ ଫୁଲ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଆସନ୍ତୁ ଜାଣିବା କିପରି ଓ କେଉଁ ଷ୍ଟାଇଲର ନାକ ଫୁଲ ବ୍ୟବହାର କଲେ ଆପଣ ଲାଗିବେ ଷ୍ଟାଇଲିଷ୍ଟ । ଛୋଟ ଗୋଲ୍ଡ ବଲ୍ କିମ୍ବା ଡାଇମଣ୍ଡ ନୋଜ୍ ପିନ୍ ସିମ୍ପଲ ଏବଂ ଆଟ୍ରାକ୍ଟିଭ ଲୁକ୍ ଦେଇଥାଏ । ଏହାକୁ ସବୁ ଆଉଟଫିଟରେ ପିନ୍ଧିଲେ ଡିସେଣ୍ଟ ଲାଗୁଥିବାରୁ ଅନେକେ ବେଶ ପସନ୍ଦ କରୁଛନ୍ତି ।
ନୋଜ୍ ରିଂ ହୁପର ଡିମାଣ୍ଡ ସବୁଠୁ ଅଧିକ । ଏହା ଟ୍ରାଡିଶନାଲରୁ ମଡର୍ନ ପର୍ଯ୍ୟନ୍ତ ସବୁ ପ୍ରକାର ଗେଟଅପ୍ ସହ ମ୍ୟାଚ କରିଥାଏ । ଆପଣ ଚାହିଁଲେ ଡେ଼୍ରସର କଲର ସହିତ ମ୍ୟାଚ କରି ବିଡ, କ୍ରିଷ୍ଟାଲ, ବ୍ଲାକ ମେଟାଲ, କୁନ୍ଦନ ଭଳି ନୋଜ ରିଂ ହୁପ୍ ପିନ୍ଧିପାରିବେ ।
ୱେଷ୍ଟର୍ନ ଆଉଟ ଫିଟ୍ ସହିତ ବୋଲ୍ଡ ଲୁକ୍ ପସନ୍ଦ କରୁଥିବା ଯୁବତୀମାନଙ୍କ ପାଇଁ ନୋଜ ବ୍ରିଜ୍ ପିଅର୍ସିଂ ବେଷ୍ଟ ଅପ୍ସନ, ଯାହାକି ବର୍ତ୍ତମାନ ଅନେକଙ୍କର ପସନ୍ଦ ପାଲଟିଛି । ଏଥିରେ ନାକର ଉପର ଭାଗ ବା ଦୁଇ ଆଖିର ମଝି ଥିବା ନାକରେ ଫୁଟାଯାଇ ନୋଜ୍ ଅର୍ନାମେଣ୍ଟ ଲଗାଯାଇଥାଏ ।
ଡିଫରେଣ୍ଟ ଏବଂ ଟ୍ରେଣ୍ଟି ଲୁକ୍ ପାଇଁ ସ୍ପକ୍ଟ୍ରମ୍ ପିଅର୍ସିଂ କରିପାରିବେ । ଏଥିରେ ନାକର ମଝିରେ ଛୋଟ ରିଂ କିମ୍ବା ଓଠ ଆଡ଼କୁ ସାମାନ୍ୟ ଝୁଲିଥିବା ରିଂ ଲଗାଇପାରିବେ । ସେଥିରେ ପର୍ଲ, ଷ୍ଟୋନ୍ କିମ୍ବା ଗୋଲ୍ଡ ବଲ୍ ଆଦି ଭଲ ଲାଗିବ ।
ଆଣ୍ଟିକ୍ କିମ୍ବା ଷ୍ଟଡେଡ୍ ନୋଜ୍ ପିନ୍ ବି ଏବେ ଖୁବ୍ ଡିମାଣ୍ଡରେ ଅଛି । ଷ୍ଟୋନ୍ ଏବଂ ପର୍ଲ ନୋଜ୍ ପିନ୍ ବା ଷ୍ଟଡ୍ ମଧ୍ୟ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।




admin 