ନାଇଜର ଛାତରୁ ଡେଇଁଲେ ଛାତ୍ରୀ

ନାଇଜର ଛାତରୁ ଡେଇଁଲେ ଛାତ୍ରୀ

ନାଇଜର ଛାତରୁ ଡେଇଁଲେ ଛାତ୍ରୀ

ଭୁବନେଶ୍ୱର: ସକାଳୁ ସକାଳୁ ଭୁବନେଶ୍ୱରସ୍ଥିତ ନାଇଜରରେ ଅଭାବନୀୟ ଘଟଣା । ଛାତରୁ ଜଣେ ଛାତ୍ରୀ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଛତିଶଗଡ଼ର ପୂଜା ଜେଠଓ୍ବାନୀ ବୋଲି ଜଣାପଡିଛି । ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ପୋଲିସ। ପୂଜାଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଜଟଣୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମାତ୍ର ପ୍ରକୃତରେ ସେ ଛାତରୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲି ଦେଇଛି ନା ସେ ଭୁଲବଶତଃ ପଡ଼ିଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଏ ନେଇ ତଦନ୍ତ ଚଳାଇଛି ।