ନରହନ୍ତା ଦନ୍ତାକୁ ନେଇ ବଢିଲା ଟେନସନ

ନରହନ୍ତା ଦନ୍ତାକୁ ନେଇ ବଢିଲା ଟେନସନ

ନରହନ୍ତା ଦନ୍ତାକୁ ନେଇ ବଢିଲା ଟେନସନ
ଚୌଦ୍ୱାର - ନରହନ୍ତା ଦନ୍ତା ପାଇଁ ଏବେ ଜାଗା ମିଳୁନି । ଫଳରେ ବନ ବିଭାଗ ଉକ୍ତ ଦନ୍ତାକୁ ଫେରାଇ ନେଇଛି । ଗରୁଡ଼ଗାଁ ପଞ୍ଚାୟତ ହଳଦୀବସନ୍ତ ଠାରୁ ବନ ବିଭାଗ ଉକ୍ତ ଦନ୍ତାକୁ ଫେରାଇ ନେଇଛି । ଲୋକଙ୍କ ପ୍ରବଳ ବିରୋଧରେ ଦନ୍ତାକୁ ସେଠାରୁ ଫେରାଇ ନିଆଯାଇଛି । କୁସୁନପୁର ଜଙ୍ଗଲରେ ଛାଡ଼ିରେ ଉକ୍ତ ନରହନ୍ତା ଦନ୍ତା ପୁଣି ଉପôାତ ଆଶଙ୍କାରେ ଲୋକେ ବିରୋଧ କରିଥିଲେ । ଏବେ ଦନ୍ତାକୁ ଟାଙ୍ଗୀ ଅଭିମୁଖେ ନିଆଯାଉଥିବାବେଳେ କେଉଁଠିକୁ ନିଆଯିବ ତାହା ସ୍ଥିର ହୋଇନାହିଁ । ୪ ଜଣଙ୍କ ଜୀବନ ନେଇଥିବା ଉକ୍ତ ଦନ୍ତାକୁ ଗତକାଲି ଯାଜପୁର ଜିଲ୍ଲା ଦାନଗଦି ନିକଟ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯାଇଥିଲା । ସୂଚନା ଅନୁଯାୟୀ, ଦୀର୍ଘ ୯ଦିନ ଧରି ଯାଜପୁରର କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକରେ ଉକ୍ତ ଦନ୍ତା ହାତୀଟି ଆତଙ୍କ ଖେଳାଇଥିଲା। ଦନ୍ତା ହାତୀ ଆକ୍ରମଣରେ ୪ଜଣ ଜୀବନ ହରାଇଥିବାବେଳେ ୧୦ଜଣ ଆହତ ହୋଇଥିଲେ। ବହୁ ପରିଶ୍ରମ ପରେ ଶେଷରେ ବନବିଭାଗ ଆଜି ଆକାଶ ମାର୍ଗରୁ ଡ୍ରନ କ୍ୟାମେରା ସାହାଯ୍ୟରେ ହାତୀକୁ ଖୋଜି କଣ୍ଟିପୁର ନିକଟରୁ ଦନ୍ତା ହାତୀଟିକୁ ଠାବ କରି ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା।