ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ

ଜଗତସିଂହପୁର : ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବିଜିପୁର ଗ୍ରାମର ସନ୍ତୋଷ ଭୋଳକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜଗତସିଂହପୁର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତିକ୍ଷ ଏହା ସହିତ ୨୦ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ନେଇ ନିଜ ରାୟରେ ସ୍ପଷ୍ଟ କରିଛନ୍ତି  । 

୨୦୧୮ ମସିହାର ଏହି  ଦୁଷ୍କର୍ମ ଘଟଣାକୁ ନେଇ ତିର୍ତୋଲ ଥାନାରେ ଏତଲା ହୋଇଥିଲା । ପୂର୍ବରୁ ନାବାଳିକାଙ୍କ ଘରକୁ ସନ୍ତୋଷଙ୍କ ଯିବା ଆସିବା ରହୁଥିଲା କ୍ଷ ଉକ୍ତ ଦିନ ନାବାଳିକାଙ୍କ ଘରେ ରାତ୍ରି ଯାପନ କରିଥିଲେ ଅଭିଯୁକ୍ତ ଯୁବକ କ୍ଷ ରାତିରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । 

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଦଣ୍ଡାଦେଶ ଘୋଷଣା ସହ ୭ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପୀଡିତାଙ୍କୁ ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି ।