ନଗ୍ନ ଫଟୋ ଭାଇରଲ କରି ଯୁବକ ଗିରଫ

ନଗ୍ନ ଫଟୋ ଭାଇରଲ କରି ଯୁବକ ଗିରଫ

ନଗ୍ନ ଫଟୋ ଭାଇରଲ କରି ଯୁବକ ଗିରଫ

ଭୁବନେଶ୍ୱର : ଆଧୁନିକ ଯୁଗରେ ଏବେ ସୋସିଆଲ ମିଡ଼ିଆ ଟ୍ରେଣ୍ଡରେ ଚାଲିଛି । ଯିଏ ଯାହା କରିଲେ ବି ସୋସିଆଲ ମିଡ଼ିଆ ଭାଇରାଲ କରିବାରେ ସହାୟକ ହେଉଛି । କିନ୍ତୁ କିଛି ଅମାନବୀୟ ବ୍ୟକ୍ତି ବିଶେଷ ଏହାର ଦୁରୂପଯୋଗ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ସୋସିଆଲ ମିଡ଼ିଆରେ ନାବାଳିକାଙ୍କ ଫଟୋ ଭାଇରାଲ କରି ଯୁବକ ହୋଇଛନ୍ତି ଗିରଫ । ଯୁବକର ନା ମୁକେଶ ନାୟକ। ତା ଘର ସାମନ୍ତରାପୁର ଅଂଚଳରେ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ମୁକେଶ ସୋସିଆଲ ମିଡ଼ିଆରେ କ୍ୱିଟ୍ ନନ୍ଦିନୀ ନାଁରେ ଏକ ଫେକ ଆକାଉଣ୍ଟ ଖୋଲି ପୀଡିତା ନାବାଳିକାଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲା । ଏହି ଆକାଉଣ୍ଟରେ ସେ ନାବାଳିକାଙ୍କ ଜଣେ ଜୁନିୟରର ଫୋଟ ଦେଇଥିବାରୁ ନାବାଳିକା ଜଣକ ସନ୍ଦେହ ନକରି ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ।

ତାପରେ ମୁକେଶ ନାବାଳିକାଙ୍କୁ ନଗ୍ନ ଫୋଟ ମାଗିଥିଲେ। ଏହାପରେ ନାବାଳିକା ମୁକେଶଙ୍କୁ ବ୍ଲକ କରିଦେଇଥିଲେ। ଏଥିରେ ମୁକେଶ ରାଗିଯାଇ ନାବାଳିକାଙ୍କ ଫୋଟକୁ ଏଡିଟ କରି ନାବାଳିକାଙ୍କ ସାଙ୍ଗ ମାନଙ୍କୁ ପଠାଇଥିଲା। ଏନେଇ ନାବାଳିକା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ।