ବଢୁଛି ଜନସଂଖ୍ୟା, ୮୦୦କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା
ବଢୁଛି ଜନସଂଖ୍ୟା, ୮୦୦କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା
ବିଶ୍ୱର ଜନସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧିର ଏ ଜଟିଳ ପରିସ୍ଥିତି ବର୍ତ୍ତମାନ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନ ବା ୮୦୦ କୋଟି ଛୁଇଁଛି । ଜାତିସଂଘ ମହାସଚି଼ବ ଆଂଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି ।
ସୋମବାର ପ୍ରକାଶିତ ବାର୍ଷିକ ବିଶ୍ୱ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ୨୦୨୩ ସୁଦ୍ଧା ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇ ଦେବ । ଅର୍ଥାତ୍ ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ । ଏହାର କାରଣ ହେଉଛି ଚୀନର ଏକ ସନ୍ତାନ ନୀତି । ଯାହା ୧୯୮୦ରୁ ଲାଗୁ ହୋଇଥିଲା । ୨୦୧୫ରେ ଶେଷ ହୋଇଛି । ହେଲେ ଏଠାରେ ଦମ୍ପତି ଏବେ ମଧ୍ୟ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିନ୍ତୁ ଚୀନ ସରକାର ସେମାନଙ୍କଠାରୁ ୩ ସନ୍ତାନ ଚାହୁଁଛନ୍ତି । ଜାତିସଂଘର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ପ୍ରାୟ ୮୫୦ କୋଟି, ୨୦୫୦ ସୁଦ୍ଧା ୯୭୦ କୋଟି ଏବଂ ୨୦୮୦ ସୁଦ୍ଧା ୧୦୪୦ କୋଟି ବୃଦ୍ଧି ପାଇପାରେ ।
ଏହାପରେ ଜନସଂଖ୍ୟା ସ୍ଥିରତା ଆସିପାରେ । ୨୧ ଶହ ମସିହା ଯାଏ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ମଧ୍ୟରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ । ଏହି ଦେଶ ମଧ୍ୟରେ ରହିଛି ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ ।




admin 