ନାକ ପ୍ରତିରୋପଣ ସଫଳ
ନାକ ପ୍ରତିରୋପଣ ସଫଳ
ଫ୍ରାନ୍ସ : ୨୦୧୩ର ଏହି ଘଟଣା । ଫ୍ରାନ୍ସ ବାସିନ୍ଦା ୫୦ ବର୍ଷୀୟା କେରାଇନ ସାଇନସ କର୍କଟରେ ଆକ୍ରାନ୍ତ ହେଲେ । କେମୋଥେରାପିରେ ସେ ଆରୋଗ୍ୟ ହେଲେ କିନ୍ତୁ ଚିକିତ୍ସା ଚାଲିଥିବାବେଳେ ତାଙ୍କ ନାକର କିଛି ଅଂଶ କଟାଗଲା । ପରେ ଡାକ୍ତିରୀ ଦଳ ଗ୍ରାଫ୍ କୌଶଳରେ ନାକ ଟିସୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରି ବିଫଳ ହେଲେ । କେରାଇନ ଘରକୁ ଫେରିଲେ କିନ୍ତୁ ନାକ ନଥିବା କାରଣରୁ ଲଜ୍ଜାରେ ସେ ଘରୁ ବାହାରିଲେନି । ଏମିତି ଘରେ ରହି ତାଙ୍କର କିଛି ବର୍ଷ କଟିଗଲା । ପାଞ୍ଚମାସ ତଳେ କେରାଇନଙ୍କ ସ୍ଥାନୀୟ ଅନ୍ୟ ଦୁଇଜଣ ଡ଼ାକ୍ତର ନାକ ପ୍ରତି ରୋପଣ କରିବାକୁ ପରାମର୍ଶ ଦେଲେ ।
ଥ୍ରୀଡ଼ି ପ୍ରିଣ୍ଟେଡ ବାଇଓମେଟେରିଆଲ କୌଶଳରେ ଡ଼ାକ୍ତରୀ ଦଳ ନାକ ତିଆରି କଲେ । ଦୁଇମାସ ପର୍ଯ୍ୟନ୍ତ ଏହି ନାକକୁ ସଂରକ୍ଷିତ କରି ରଖାଗଲା । ନାକ ଯଥା ରୂପ ନେବା ପରେ ମହିଳାଙ୍କ ହାତରେ ପ୍ରତିରୋପଣ କରାଗଲା । କାରଣ ହାତର ଚର୍ମ ବହୁ ପତଳା । ୪ ସପ୍ତାହ ପରେ ଯଥା ସ୍ଥାନରେ ନାକ ପ୍ରତିରୋପଣ କରିବାରେ ଡ଼ାକ୍ତରୀ ଦଳ ସଫଳ ହୋଇଛନ୍ତି । କେରାଇନ ଏବେ ନିଶ୍ୱାସ ନେବା ସହ ବାସ୍ନା ବାରିପାରୁଛନ୍ତି । ଡ଼ାକ୍ତରୀ ଦଳଙ୍କ ଏହି ସଫଳତାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି ।




admin 