ଉଦ୍ଧାର ହେଲା ଅଜଗର

ଉଦ୍ଧାର ହେଲା ଅଜଗର

ଉଦ୍ଧାର ହେଲା ଅଜଗର


ଅନୁଗୋଳ: ଗୋପାଳପ୍ରସାଦ ହଙ୍ଗୁଳା ଖଣି ଅଞ୍ଚଳରେ ଏମିସିଏଲର ଏକ କାର୍ଯ୍ୟାଳୟରୁ ସୋମବାର ରାତି ସାଢେ଼ ୮ଟାରେ ଅଜଗର ଉଦ୍ଧାର ହୋଇଥିବା ଜଣାଯାଇଛି । ଅଜଗରଟିକୁ ଦେଖି ଲୋକେ ଭୟଭୀତ ହୋଇ ସ୍ନେକହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ ।

ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତି ସହଯୋଗୀ ବିଭୁ ପ୍ରସାଦଙ୍କ ସହ ଆସି ଏକ ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି । ଏହାପରେ ବନବିଭାଗର ସହାୟତାରେ ନିକଟସ୍ଥ ଜଙ୍ଗଲରେ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି ।