ଦେଶରେ ୭,୫୫୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୭,୫୫୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୭,୫୫୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି ସଂକ୍ରମଣ । ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଦୈନିକ ପଜିଟିଭ ମାମଲା ୭ ହଜାର ତଳେ ରହିଥିଲା । ହେଲେ ଆଜି ଏହା ୮ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୭,୫୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨୨୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪,୧୨୩ ଜଣ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଲକ୍ଷେ ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ୮୫,୬୮୦ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଭାରତରେ ମୋଟ ୪୨,୩,୩୮,୬୭୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୧୪,୨୪୬ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ ୧,୭୭,୭୯,୯୨,୯୭୭ କୋଟି ଡୋଜ୍ ଟୀକାକରଣ କରାଯାଇଛି ।