ଦେଶରେ କରୋନା ସୁନାମୀ : ଗୋଟିଏ ଦିନରେ ୩ ଲକ୍ଷ ୮୬ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସୁନାମୀ : ଗୋଟିଏ ଦିନରେ ୩ ଲକ୍ଷ ୮୬ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସୁନାମୀ : ଗୋଟିଏ ଦିନରେ ୩ ଲକ୍ଷ ୮୬ ହଜାର ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ବର୍ତମାନ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଥିଲା ବେଳେ ମୃତୁ୍ୟସଂଖ୍ୟା ୩ ହଜାର ଉପରେ ପାର୍ କରୁଛିି । ଦେଶରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଉଦ୍ଧ୍ୱର୍ ଲୋକ କରୋନାରେ ମୃତୁ୍ୟ କରିଲେଣି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଦେଶରୁ ୩ ଲକ୍ଷ ୮୬ ହଜାର ୪୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଆଜି ଆମ ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୮୬ ହଜାର ୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୪୯୮ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬ ରେ ପହଂଚିଛି । ଦେଶରେ ୩୧ ଲକ୍ଷ ୭୦ ହଜାର ୨୨୮ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୧୫ କୋଟି ୨୨ ଲକ୍ଷ ୪୫ ହଜାର ୧୭୯ ଜଣ ଟିକା ନେଇ ସାରିଲେଣୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।