ଗଣମାଧ୍ୟମକୁ ଚିକିତ୍ସା ସମୟରେ ବାଇଟ୍ ମାଗିବାକୁ ମନା କଲେ ବାଗ୍‌ଚୀ ।

ଗଣମାଧ୍ୟମକୁ ଚିକିତ୍ସା ସମୟରେ ବାଇଟ୍ ମାଗିବାକୁ ମନା କଲେ ବାଗ୍‌ଚୀ ।

ଗଣମାଧ୍ୟମକୁ ଚିକିତ୍ସା ସମୟରେ ବାଇଟ୍ ମାଗିବାକୁ ମନା କଲେ ବାଗ୍‌ଚୀ ।
କରୋନା ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଅପିଲ୍ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରେକିଂ ନିଉଜର ବେଳ ନୁହେଁ । ବ୍ରେକିଂ ନିଉଜ୍ ପଛରେ ନଗୋଡ଼ାଇ ସଚେତନ ହେବାର ବେଳ ଆସିଛି । ବର୍ତ୍ତମାନ ସମୟରେ ସଜାଗ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି । ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥା ଅଚଳ କରିବା ଠିକ୍ ନୁହେଁ । ଭିଡ଼ିଓ କିମ୍ବା ବାଇଟ୍ ମାଗିଳେ ଚିକିତ୍ସିତ ହେଉଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ । ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି । କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ଏବେ ହସ୍ପିଟାଲ କର୍ମଚାରୀ ମାନେ ମନପ୍ରାଣ ଦେଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ କାମରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଦେଖିବାକୁ ମିଳୁଛି ଗଣାମଧ୍ୟମର ପ୍ରତିନିଧିମାନେ ବାଇଟ୍ ନେବା ପାଇଁ ଆକ୍ରାନ୍ତଙ୍କ ପରିବାର ପାଖରେ ପହଞ୍ଚି ଯାଉଛନ୍ତି । କରୋନା ଭାଇରସ୍ ଗଣାମଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର କୋଟା ପ୍ରଦାନ କରୁନି । ଏପରି କିରବା ଦ୍ୱାରା ନିଜେ ବିପଦ ଆଡ଼କୁ ଟାଣି ହୋଇଯିବା ସହ ନିଜ ପରିବାର ଲୋକଙ୍କୁ ବିପଦକୁ ଆସୁଛନ୍ତି । ଦାୟିତ୍ୱ ସମ୍ପନ୍ନ ହୋଇ ଖବର ପରିବେଷଣ କରିବାକୁ ପଡ଼ିବ । ଅନ୍ୟପଟେ ଦେଖିବାକୁ ମିଳିଛି କିଛି ଡିଜିଟାଲ୍ ମିଡ଼ିଆରେ ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି । ତେବେ ଏପରି ସମୟରେ ଦାୟିତ୍ୱସମ୍ପର୍ଣ୍ଣ ହୋଇ ଆପାତକାଳୀନ ପରସ୍ଥିତିର ମୁକାବିଲା କରିବା ଉଚିତ । ଏପରି ନକଲେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।