ଭଲ ଖବର : ରାଜ୍ୟରେ ଆଜି ୧୨୬୪ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଜି ୧୨୬୪ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଜି ୧୨୬୪ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଜି ରାଜ୍ୟରେ ୧୨୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ଅନୁଗୁଳରୁ ୧୧୦, ସୁନ୍ଦରଗଡରୁ ୭୯, ବାଲେଶ୍ୱରରୁ ୭୬, ବଲାଙ୍ଗୀରରୁ ୭୬, କଟକରୁ ୭. କେନ୍ଦୁଝରରୁ ୭୪, ମୟୁରଭଞ୍ଜରୁ ୬୫, ନୂଆପଡାରୁ ୬୧, ଜଗତସିଂହପୁରରୁ ୫୯, ବରଗଡରୁ ୫୭, କେନ୍ଦ୍ରାପଡାରୁ ୪୪, ପୁରୀରୁ ୪୩, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଞ୍ଜାମରୁ ୨୨, ଭଦ୍ରକରୁ ୨୦, କୋରାପୁଟରୁ ୨୦, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୩, ଝାରସୁଗୁଡାରୁ ୧୨, ରାୟଗଡାରୁ ୧୧, ଦେବଗଡରୁ ୯, ନୟାଗଡରୁ୯, ସୋନପୁରରୁ ୮, ମାଲକାନଗିରିରୁ ୬, ଗଜପତିରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟପୁଲରୁ ୧୧ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧ ରେ ପହଞ୍ଚିଛି ।