କରୋନା ଅପଡେଟ : ୨୪ ଘଣ୍ଟାରେ ୩୨ ହଜାର ଆକ୍ରାନ୍ତ, ୪୦୨ ମୃତ

କରୋନା ଅପଡେଟ : ୨୪ ଘଣ୍ଟାରେ ୩୨ ହଜାର ଆକ୍ରାନ୍ତ, ୪୦୨ ମୃତ

କରୋନା ଅପଡେଟ : ୨୪ ଘଣ୍ଟାରେ ୩୨ ହଜାର ଆକ୍ରାନ୍ତ, ୪୦୨ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାର ୮୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୦୨ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୨୦୮୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩୫ ହଜାର ୮୫୦ରେ ପହଞ୍ଚିଛି । ୪୦୨ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୩୬୦ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୬୩୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୨ ଲକ୍ଷ ୧୫ ହଜାର ୫୮୧ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୪୯୫୭ ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୮ ହଜାର ୯୦୯ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ ୫୦୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୪୦୨୬ ଏବଂ ଦିଲ୍ଲୀରୁ ୩୧୮୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସର୍ବାଧିକ ୫୭ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ୫୩ ମୃତ୍ୟୁ ସହିତ ମହାରାଷ୍ଟ୍ର ଏବଂ ୪୯ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୮୧ ଲକ୍ଷ ୯୩ ହଜାର ୨୩୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୩୯ ଲକ୍ଷ ୩୬ ହଜାର ୩୫୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୭ ଲକ୍ଷ ୫୮୪ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୫୬ ହଜାର ୩୦୦ରେ ପହଞ୍ଚିଛି ।