ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ହଜାର ୭୨୨ରେ ପହଞ୍ଚିଲା
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ହଜାର ୭୨୨ରେ ପହଞ୍ଚିଲା
admin
Sep 14, 2020 - 05:06
Updated: Sep 14, 2020 - 05:06
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ ୯୨ ହଜାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ୧ହଜାର୧୩୬ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୯ ହଜାର ୭୨୨ ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ ୯ ଲକ୍ଷ ୮୬ ହଜାର ୫୯୮ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୭ ଲକ୍ଷ ୮୦ ହଜାର ୧୦୭ରେ ପହଞ୍ଚିଛି । ୮ଟି ରାଜ୍ୟରେ କରୋନା ମାମଲା ସର୍ବାଧିକ ରହିଥିବାର ସୂଚନାରହିଛି ।
ମହାରାଷ୍ଟ୍ରରେ ମୋଟ୍ କରୋନା ମାମଲା ଦଶ ଲକ୍ଷ ୬୦ ହଜାର ୩୦୮ ରହିଥିବାବେଳ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୪୦ ହଜାର ୬୧ ଜଣ । ସେହିପରି ଏଠାରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୨୯ ହଜାର ୫୩୧ଜଣ । ସେହିପରିକର୍ଣ୍ଣାଟକରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୫୯ ହଜାର ୪୪୫ ଥିବାବେଳେ ମୃତ୍ୟୁବରଣ କରିଛନ୍ତି ୭ ହଜାର ୨୬୫ଜଣ । ଆନ୍ଧ୍ରପ୍ରଦେଶରେ ୫ଲକ୍ଷ ୬୭ ହଜାର ୧୨୩ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି ୪ ହଜାର ୯୧୨ ଜଣ । ଦିଲ୍ଲୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ୩୦୪ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ୭୪୪ରେ ପହଞ୍ଚିଛି । ଗୁଜୁରାଟରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୬୬୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୨୧୩ ରହିଛି । ତାମିଲନାଡୁରେ ୫ ଲକ୍ଷ୨ହଜାର ୭୫୯ ମୋଟ୍ ମାମଲା ଥିବାବେଳେ ମୃତ୍ୟୁବରଣ କରିଛନ୍ତି ୮ ହଜାର ୩୮୧ ଜଣ । ସେହିପରି ପଶ୍ଚିମବଙ୍ଗରେ ୨ ଲକ୍ଷ ୨ହଜାର ୭୦୮ ମାମଲା ଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୯୪୫ ରହିଛି । ଉତ୍ତରପ୍ରଦେଶରେ ୩ ଲକ୍ଷ ୧୨ ହଜାର ୩୬ ଆକ୍ରାନ୍ତ ଥିବାବେଳେ ୪ ହଜାର ୪୨୯ଜଣଙ୍କର ମୃତ୍ୟୁ ହୋଇଛି। ଆଇସିଏମ୍ଆର ସୂଚନା ଅନୁସାରେ ରବିବାର ଦିନଦେଶରେ ୯ ଲକ୍ଷ ୭୮ ହଜାର ୫୦୦ ନମୁନା ପରୀକ୍ଷା କରାଯାଇଥିବାବେଳେ ଦେଶରେ ମୋଟ୍ ଟେଷ୍ଟ ସଂଖ୍ୟା ୫ କୋଟି ୭୨ ଲକ୍ଷ ୩୯ ହଜାର ୪୨୮ରେ ପହଞ୍ଚିଛି ।