ଦିଲ୍ଲୀ ଦଙ୍ଗା ମାମଲା : ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦ ଗିରଫ

ଦିଲ୍ଲୀ ଦଙ୍ଗା ମାମଲା : ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦ ଗିରଫ

ଦିଲ୍ଲୀ ଦଙ୍ଗା ମାମଲା : ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦ ଗିରଫ
ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନେ୍ଦାଳନ ସମୟରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୋଲିସ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦକୁ ଗିରଫ କରିଛି । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଉମର ଖାଲିଦର ଭୂମିକା ପାଇଁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଆଜି ଗିରଫ କରିଛି । ରବିବାର ଦିନ ଖାଲିଦକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ପ୍ରାୟ ୯ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା । ଏହାପରେ ରାତି ୧୧ଟାରେ ଦିଲ୍ଲୀ ପୋଲିସ ପକ୍ଷରୁ ତାକୁ ଗିରଫ କରାଯାଇଥିଲା । ୟୁଏପିଏ ଆକ୍ଟ ଆଧାରରେ ଖାଲିଦକୁ ଗିରଫ କରାଯାଇଛି । ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଖାଲିଦକୁ ପଚରାଉଚୁରା କରାଯିବା ସହିତ ତା’ର ମୋବାଇଲକୁ ଜବତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୨୪-୨୬ ମଧ୍ୟରେ ଅନୁଷ୍ଠିତ ହିଂସାକାଣ୍ଡରେ ୫୩ ଜଣଙ୍କ ପ୍ରାଣହାନି ଘଟିବା ସହିତ ୫୮୧ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଖାଲିଦ ବ୍ୟତିତ ମିରନ ହାଇଦର, ସଫୁରା ଜର୍ଗର ଏବଂ ଦାନିଶ ନାମକ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ଦଙ୍ଗା ପାଇଁ ୭୫୧ଟି ମାମଲା ରୁଜୁ କରାଯାଇ ୧୫୭୫ ଜଣଙ୍କୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ସେଲ ପକ୍ଷରୁ ଏହି ମାମଲାରେ ୨୫୦ଟି ଚାର୍ଜସିଟରେ ୧୧୫୩ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି ।