ଦେଶବ୍ୟାପୀ ଡାକ୍ତରମାନେ ଜୁନ ୧କୁ କଳା ଦିବସ ଭାବେ ପାଳନ କରିବେ
ଦେଶବ୍ୟାପୀ ଡାକ୍ତରମାନେ ଜୁନ ୧କୁ କଳା ଦିବସ ଭାବେ ପାଳନ କରିବେ
admin
May 30, 2021 - 08:49
Updated: May 30, 2021 - 08:49
ନୂଆଦିଲ୍ଲୀ: ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆ ପକ୍ଷରୁ ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ଦେଶବ୍ୟାପୀ ଜୁନ ୧ ତାରିଖକୁ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ଏହି ଦିନ ଦେଶବ୍ୟାପୀ ସମସ୍ତ ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ନିଜର କାର୍ୟ୍ୟ କରିବେ।
କରୋନାର ଟିକାକରଣ ଏବଂ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟ ଉପରେ ସଂଘ ଅସନ୍ତୋଷ ପ୍ରକାଶ କରିଛି। ରାମଦେବଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସଂଘ ବିରୋଧକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆର ଅଧ୍ୟକ୍ଷ ଡା. ମନଷ କହିଛନ୍ତି ଯେ, ସଂସ୍ଥା ସହିତ ଜଡ଼ିତ ଦେଶର ସମସ୍ତ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଜୁନ ୧କୁ କଳାଦିବସ ଭାବେ ପାଳନ କରିବେ।
ଏଲୋପାଥି ଏବଂ ଆୟୁର୍ବେଦ ଚିକିତ୍ସାକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଏବେ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ (ଏଫଏଆଇଏମଏ) ରାମଦେବଙ୍କୁ ଆଇନଗତ ନୋଟିସ ପଠାଇଛି।