ଦୀପାବଳି ବାଣ ହେଲା କାଳ, ଚାଲିଗଲା ଶିଶୁର ଜୀବନ
ଦୀପାବଳି ବାଣ ହେଲା କାଳ, ଚାଲିଗଲା ଶିଶୁର ଜୀବନ
ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଚାରଦା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଗୁରୁତର ଆହତ ଶିଶୁର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ଗ୍ରାମର ରାଜୁ ମଲିକ ଗତକାଲି ଦୀପାବଳି ଅବସରରେ ବାଣ କିଣି ଘରକୁ ଆଣିବା ସହ ଛୋଟ ପୁଅର ଭୟରେ ଖଟ ତଳେ ଲୁଚାଇ ରଖିଥିଲେ। ତେବେ ୪ ବର୍ଷର ପୁଅ କୁନା ମଲିକ ତାହାକୁ ଦେଖି ପାରି ସମସ୍ତେ ଦୀପାବଳି ବାଣ ଫୁଟାରେ ବ୍ୟସ୍ତ ଥିବା ବେଳେ ସେ ଏକ ବମକୁ ନେଇ ନିଆଁ ସଂଯୋଗ କରି ଦେଇଥିଲା। ଏହାଫଳରେ କୁନାର ହାତରେ ବାଣଟି ଫୁଟିଯାଇଥିବା ବେଳେ ହୃତପିଣ୍ଡ ପଦାକୁ ଆସି ଯାଇଥିଲା। ତାକୁ ସାଙ୍ଗେ ସାଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରଣ କରାଯାଇଥିଲ। ବିଳମ୍ବିତ ରାତିରେ କଟକ ଯିବା ବାଟରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଛି।




admin 