ଦିନ ୧ଟାରେ ଆସିବ ବହୁ ଚର୍ଚ୍ଚିତ ନିର୍ଭୟା କେଶର ରାୟ

ଦିନ ୧ଟାରେ ଆସିବ ବହୁ ଚର୍ଚ୍ଚିତ ନିର୍ଭୟା କେଶର ରାୟ

ଦିନ ୧ଟାରେ ଆସିବ ବହୁ ଚର୍ଚ୍ଚିତ ନିର୍ଭୟା କେଶର ରାୟ
ନୂଆଦିଲ୍ଲୀ - ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ପୁନର୍ବିଚାର ପିଟିଶନ ଉପରେ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଶେଷ ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଅପରାହ୍ନ ୧ଟାରେ ଏହାର ରାୟ ପ୍ରକାଶ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ୬ ଜଣ ବ୍ୟକ୍ତି ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିଲେ। ଏହି ସମୟରେ ନିର୍ଭୟାଙ୍କ ଜଣେ ସାଥି ମଧ୍ୟ ଉକ୍ତ ବସରେ ଥିଲେ। ୬ ଅଭିଯୁକ୍ତ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ ନିର୍ଭୟାଙ୍କ ସହ ଗଣବଳାତ୍କାର କରିଥିଲେ। ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଚଳନ୍ତା ବସରୁ ତଳକୁ ଫିଙ୍ଗି ଦେଇଥିଲେ। ଡିସେମ୍ବର ୧୮ରେ ଦିଲ୍ଲୀ ପୁଲିସ ଏହି ମାମଲାରେ ରାମ ସିଂହ, ମୁକେଶ, ବିନୟ ଶର୍ମା ଓ ବିନୟ ଗୁପ୍ତାକୁ ଗିରଫ କରିଥିଲା। ଡିସେମ୍ବର ୨୧ରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ଓ ୬ଷ୍ଠ ଅଭିଯୁକ୍ତ ଅକ୍ଷୟ ସିଂହକୁ ବିହାରରୁ ଗିରଫ କରିଥିଲା। ଡିସେମ୍ବର ୨୯ରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ନିର୍ଭୟାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ସିଙ୍ଗାପୁର ସ୍ଥାନାନ୍ତର କରାଯାଇ ଥିଲା। ହେଲେ ସେଠାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୨୦୧୩ ମାର୍ଚ୍ଚ ୧୧ରେ ତିହାର ଜେଲରେ ଜଣେ ଅଭିଯୁକ୍ତ ରାମ ସିଂହ ଆତ୍ମହତ୍ୟା କରିଥିଲା। ନାବାଳକ ଅଭିଯୁକ୍ତଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩ ସେପ୍ଟେମ୍ବର ୧୩ରେ ଅନ୍ୟ ୪ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିବା ୩ ଦୋଷୀ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ୍‍କୁ ଗତ ଜୁଲାଇ ୯ରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହାପରେ ଦୋଷୀ ଅକ୍ଷୟ କୁମାର ସିଂହର ଓକିଲ ଅକ୍ଷୟ ପାଇଁ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ।