ସିଏଏ ସ୍ଥଗିତାଦେଶକୁ ନା ..

ସିଏଏ ସ୍ଥଗିତାଦେଶକୁ ନା ..

ସିଏଏ ସ୍ଥଗିତାଦେଶକୁ ନା ..
ନୂଆଦିଲ୍ଲୀ - ନାଗରିକତା ଆଇନ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ଶୁଣାଣି ହୋଇଛି। ଏସବୁ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଜାନୁୟାରୀ ୨ୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୨୨ ତାରିଖରେ ହେବା ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିନ ଧାର୍ୟ୍ୟ କରାଯାଇଛି।