ଦାୟିତ୍ୱ ନେଲେ ଜେନେରାଲ ଅନୀଲ ଚୌହାନ
ଦାୟିତ୍ୱ ନେଲେ ଜେନେରାଲ ଅନୀଲ ଚୌହାନ
admin
Sep 30, 2022 - 12:32
Updated: Sep 30, 2022 - 12:32
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସିଡିଏସ୍ ଭାବେ ଶୁକ୍ରବାର ଜେନେରାଲ ଅନୀଲ ଚୌହାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ ଚୌହାନ ୩ ସେନାର ମୁଖ୍ୟ ଭାବେ କାମ କରିବେ। ଦାୟିତ୍ୱ ନେବା ପରେ ୩ ସେନା ସମସ୍ତ ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବେ ଓ ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେନାଲ ଚୌହାନ କହିଛନ୍ତି। ସିଡିଏସ୍ ଜେନେରାଲ ଅନୀଲ ଚୌହାନ ହେଉଛନ୍ତି ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର। ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇବାର ପ୍ରାୟ ୯ ମାସ ପରେ ସେ ଏହି ପଦ ପାଇଛନ୍ତି। ସିଡିଏ ଜେନେରାଲ ଚୌହାନ ଗତବର୍ଷ ମେ’ ୩୧ରେ ସେନା ବାହିନୀରୁ ଅବସର ନେଇଥିଲେ। ଅବସର ସମୟରେ ସେ ଇଷ୍ଟର୍ଣ୍ଣ ଆର୍ମିର କମାଣ୍ଡର ରହିଥିଲେ। ଅବସର ପରେ ସେ ଏନଏସ୍ସିଏସ୍ରେ ମିଲିଟାରୀ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ।
ଆଜି ସିଡିଏସ ଭାବେ ଦାୟିତ୍ୱ ନେବା ପୂର୍ବରୁ ବୀରଗତି ପ୍ରାପ୍ତ କରିଥିବା ଦେଶର ଯବାନଙ୍କୁ ଜେନେରାଲ ଚୌହାନ ଇଣ୍ଡିଆ ଗେଟ କମ୍ପ୍ଲେକ୍ସରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କୁ ରାଇସିନା ହିଲ୍ସର ସାଉଥ ବ୍ଲକରେ ଥିବା ଲନ୍ରେ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।