ନମ୍ବର ପ୍ଲେଟ ମହଲତ ମାସେ ବଢିଲା

ନମ୍ବର ପ୍ଲେଟ ମହଲତ ମାସେ ବଢିଲା

ନମ୍ବର ପ୍ଲେଟ ମହଲତ ମାସେ ବଢିଲା

ଭୁବନେଶ୍ୱର: ଶେଷରେ ମିଳିଲା ଆଶ୍ୱସ୍ତି । ପୂଜା ବଜାରରେ ଗାଡ଼ି ବାହାରକୁ ନେଇ ହେବ କି ନାହିଁ, ସେନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଭଲ ଖବରଟିଏ ଆସିଛି ।
ତାହା ହେଲା  ହାଇସିକୁ୍ୟରିଟି ନମ୍ବର ପ୍ଲେଟ ମହଲତକୁ ମାସେ ବୃଦ୍ଧି କରାଯାଇଛି ।  ଆଜି ଶେଷ ହେଉଥିବା ଡେଡଲାଇନ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ଅବଧି ବୃଦ୍ଧି ନେଇ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତଦନୁଯାୟୀ ୧,୨,୩ ଓ ୪ରେ ଶେଷ ହେଉଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧କୁ ଧାର୍ଯ୍ୟ କରାଯାଇଛି । 

ସେହିପରି ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ ନଭେମ୍ବର ୩୦ ଧାର୍ଯ୍ୟ କରାଯାଇଛି ।  ଏହାଛଡ଼ା ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ଶେଷ ଦିନ ଥିବାବେଳେ  ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧ ଡେଡଲାଇନ ରଖାଯାଇଛି । 

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା। ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ  ମାସେ ସମୟସୀମା ବୃଦ୍ଧି କରିବା ପାଇଁ  ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।