ପ୍ରଯୋଜକଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ

ପ୍ରଯୋଜକଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ

ପ୍ରଯୋଜକଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ

 

ଭୁବନେଶ୍ୱର: ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ଯୌନ ନିର୍ୟାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ତାଙ୍କ ସହ ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। 

ଅଭିଯୋଗକାରିଣୀ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର  ଲେଖିଥିବା ଜଣାପଡ଼ିଛି। ହେଲେ ଏଫ୍‌ଆଇଆର୍‌ କପିଟି ଥାନାରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ। ଏହା ସହିତ ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କର କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଲିକ୍‌ ହୋଇଛି। ତେବେ ଏସବୁ ଫଟୋ ସତ କି  ଏଡିଟ୍‌ ହୋଇଛି ତାହା ମଧ୍ୟ ତଦନ୍ତସାପେକ୍ଷ।
ଅନ୍ୟପକ୍ଷରେ ଏହିତ ଘଟଣା ସମ୍ପର୍କରେ ଅକ୍ଷୟ ପରିଜାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାସହ ପୁଲିସର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।