ଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ
ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ଆଇଏଏସସ୍ତରରେ ପୁଣି ଅଦଳବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ତଦନୁଯାୟୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ଓଏମସି ଏମଡିଭାବେ ବଦଳି କରାଯାଇଛି । କେନ୍ଦ୍ରପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଅମି୍ରତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଭାବେ ନିଯୁକ୍ତ କରାଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳଭାବେ ବଦଳି କରାଯାଇଛି ।