ଆଜିଠାରୁ ଟିକାର ଡ୍ରାଏରନ୍
ଆଜିଠାରୁ ଟିକାର ଡ୍ରାଏରନ୍
admin
Jan 2, 2021 - 04:46
Updated: Jan 2, 2021 - 04:46
ଭୁବନେଶ୍ୱର:ଆଜିଠାରୁ ସମଗ୍ର ଦେଶରେ ଟିକାର ଡ୍ରାଏରନ୍ ହେବ । ରାଜ୍ୟରେ ୩୦ଟି ଜିଲ୍ଲାର ୩୧ଟି ସ୍ଥାନରେ ଡ୍ରାଏରନ ବ୍ୟବସ୍ଥା ରହିଛି । ୩୦ଟି ଜିଲ୍ଲା ମୁଖ୍ୟାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ ଡ୍ରାଏରନ ହେବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟରେ ୮ ହଜାର ୬୦୦ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ସମସ୍ତ ସ୍ୱେଚ୍ଛାସେବୀଙ୍କ ନାମ ୱେବସାଇଟରେ ଅପଲୋଡ କରାଯାଇଛି । ସ୍ୱେଚ୍ଛାସେବୀଙ୍କ ପରିଚୟ ପତ୍ର ଯାଂଚ ପରେ ଡ୍ରାଏରନ୍ କରାଯିବ । ଟିକାକରଣ ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ ।
ସୂଚନା ଅନୁଯାୟୀ ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଡ୍ରାଏ ରନ କରାଯିବ । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ ନେଇ ଡ୍ରାଏ ରନ କରାଯିବ । ଟିକା ଆସିଲେ ପ୍ରଥମେ ରାଜ୍ୟର ଟିକା ଷ୍ଟୋରରେ ରହିବ । ଏହା ପରେ ୯ଟି ଆଞ୍ଚଳିକ ଟିକା ଷ୍ଟୋରକୁ ପଠାଯିବ । ଆଞ୍ଚଳିକ ଷ୍ଟୋରରୁ ଜିଲ୍ଲାସ୍ତରୀୟ ୩୨ଟି ଷ୍ଟୋରକୁ ପଠାଯିବ । ସେଠାରୁ ୧୨୨୨କୋଲ୍ଡ ଚେନ ପଏଣ୍ଟକୁ ଭ୍ୟାକ୍ସିନ ପଠାଯିବ । କୋଲ୍ଡ ଚେନ ପଏଣ୍ଟରୁ ୨୯,୨୭୨ଟି ସାଇଟକୁ ପଠାଇ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
ଟିକାକରଣ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯିବ, ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲ୍ଡ ଚେନ୍ଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟିକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲା ଟିମ୍ ପକ୍ଷରୁ ଅଭ୍ୟାସ କରାଯିବ।
ଟିକାକରଣ ମକ୍ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍ ଆପ୍ ଏବଂ ୱେବ୍ସାଇଟରେ ଲଗ୍-ଇନ୍ କରାଯାଇ ସୂଚନା ଦିଆଯିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।