ତେଣ୍ଟା ମାଡରେ ଦୁଇ ମୃତ , ୬ ଆହତ

ତେଣ୍ଟା ମାଡରେ ଦୁଇ ମୃତ , ୬ ଆହତ

ତେଣ୍ଟା ମାଡରେ ଦୁଇ ମୃତ ,  ୬ ଆହତ
ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟର ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ଚାଲିଥିବା ଝଗଡା ଯୋଗୁଁ ତେଣ୍ଟା ମାଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି । ଗୁରୁତର ଛଅଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପୁରୀ ସ୍ଥାନାନ୍ତର କରାଯାଇଛି । ପାଣି ପାଇପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ରହିଛି ।