ତିରୁପତି ମନ୍ଦିରରୁ ବିଦା ହେଲେ ୧୩୦୦ କର୍ମଚାରୀ

ତିରୁପତି ମନ୍ଦିରରୁ ବିଦା ହେଲେ ୧୩୦୦ କର୍ମଚାରୀ

ତିରୁପତି ମନ୍ଦିରରୁ ବିଦା ହେଲେ ୧୩୦୦ କର୍ମଚାରୀ
ନୂଆଦିଲ୍ଲୀ:ଲକଡାଉନର ପ୍ରଭାବ ଦେଶର ସବୁଠାରୁ ଧନୀ ମନ୍ଦିର ଉପରେ ବି ପଡ଼ିଛି । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ କାର୍ଯ୍ୟରତ ୧୩୦୦ ଠିକା କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି । ଏହି କର୍ମଚାରୀମାନଙ୍କ କଣ୍ଟ୍ରାକ୍ଟ ଏପ୍ରିଲରେ ୩୦ ଶେଷ ହୋଇଥିଲା । ପ୍ରଶାସନ ସେମାନଙ୍କ କଣ୍ଟ୍ରାକ୍ଟକୁ ରିନ୍ୟୁ କରିବା ପାଇଁ ମନା କରିବାରୁ ସେମାନେ ଏବେ ଜୀବିକା ହରାଇଛନ୍ତି । ବାଲାଜୀ ମନ୍ଦିର ମ୍ୟାନେଜମେଣ୍ଟ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିବା ୧୩୦୦ କର୍ମଚାରୀଙ୍କୁ ମେ’୧ ରୁ କାମରେ ଆସିବାକୁ ମନା କରିଦେଇଛି । ମନ୍ଦିର ପ୍ରଶାସନ କହିଛି ଯେ, ଲକଡାଉନ ଯୋଗୁ କାମ ବନ୍ଦ ଅଛି । ଏଣୁ ଏହି ୧୩୦୦ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ଆଗକୁ ବଢ଼ିପାରିବନି । ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ଟ୍ରଷ୍ଟ ତରଫରୁ ୩ଟି ଗେଷ୍ଟ ହାଉସ ଚାଲୁଛି । ଏହି ୩ଟି ଗେଷ୍ଟ ହାଉସର ନାଁ ହେଉଛି ବିଷ୍ଣୁ ନିବାସମ, ଶ୍ରୀନିବାସମ ଏବଂ ମାଧବମ । ବିଦା ହୋଇଥିବା ୧୩୦୦ କର୍ମଚାରୀ ବର୍ଷ ବର୍ଷ ଧରି ଏହି ତିନୋଟି ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିଲେ । ମନ୍ଦିରର ଅଧ୍ୟକ୍ଷ ୱାଇ.ବି.ସୁବ୍ୱା ରେଡ୍ଡି କହିଛନ୍ତି ଯେ, ଲକଡାଉନ ଯୋଗୁଁ ଗେଷ୍ଟହାଉସଗୁଡ଼ିକ ବନ୍ଦ ପଡ଼ିଛି । ଏଥିପାଇଁ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ରିନ୍ୟୁ କରାଯାଇନାହିଁ । ସ୍ଥାୟୀ କର୍ମଚାରୀଙ୍କୁ ବି ବର୍ତ୍ତମାନ ସମୟରେ କୌଣସି ଦାୟିତ୍ୱ ଦିଆଯାଇନାହିଁ ।