ଡେଙ୍ଗୁ ପାଇଁ ଏସବୁ ଲାଭଦାୟକ

ଡେଙ୍ଗୁ ପାଇଁ ଏସବୁ ଲାଭଦାୟକ

ଡେଙ୍ଗୁ ପାଇଁ ଏସବୁ ଲାଭଦାୟକ

କରୋନା ମହାମାରୀ ନଯାଉଣୁ ଧୀରେଧୀରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେଣୁ ବେଳ ଥାଉ ଥାଉ ସାବଧାନ ହେବା ଆବଶ୍ୟକ । ଏଥିପାଇଁ ସର୍ବଦା ସତର୍କ ରହିବା ସହିତ ଏହାର କିଛି ଘରୋଇ ଉପଚାର ଆପଣାଇବା ଉଚିତ୍ । ଏପରି କିଛି ଉପାୟ  ଯାହା ଡେଙ୍ଗୁ ପାଇଁ ରାମବାଣ ସଦୃଶ କାର୍ୟ୍ୟ କରିଥାଏ । 

-ଡେଙ୍ଗୁ ହୋଇଥିଲେ ପଇଡପାଣି ପିଅନ୍ତୁ । ପଇଡ ପାଣି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଡେଙ୍ଗୁ ରୋଗୀଙ୍କ ପାଇଁ ଅନେକ ଫାଇଦା ଦେଇଥାଏ । ଏହାକୁ ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ।

-ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ଥଣ୍ଡା, କାଶ ଆଦି ସମସ୍ୟାରୁ ରକ୍ଷା କରିବା ସହ ଡେଙ୍ଗୁରୁ ମଧ୍ୟ କିଛିକାଂଶରେ ଉପଶମ ମିଳିଥାଏ ।

-ମେଥିପତ୍ରକୁ ପାଣିରେ ସିଝାଇ ଉଷୁମ ଉଷୁମ ପିଇବା ଦ୍ୱାରା ଡେଙ୍ଗୁ ପାଇଁ ଲାଭଦାୟକ ହୋଇଥାଏ । 

-ଅମୃତଭଣ୍ଡା ପତ୍ର ଜୁସ କରି ପିଇବା ଦ୍ୱାରା, ଡେଙ୍ଗୁ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । 

-ଏହା ସହିତ ଡାଳିମ୍ବ, ହଳଦୀ ଖାଇବା ସହ ଗୁଳୁଚି ଜୁସ ପିଇବା ଦ୍ୱାରା ଡେଙ୍ଗୁରୁ ଉପଶମ ମିଳିଥାଏ