ଡିଜେ ସାଉଣ୍ଡରେ ମରିଗଲେ ୬୩ କୁକୁଡ଼ା

ଡିଜେ ସାଉଣ୍ଡରେ ମରିଗଲେ ୬୩ କୁକୁଡ଼ା

ଡିଜେ ସାଉଣ୍ଡରେ ମରିଗଲେ ୬୩ କୁକୁଡ଼ା

ବାଲେଶ୍ୱର: ବାହାଘରରେ ଡିଜେ ବାଜିବାରୁ ହୃଦଘାତରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା । ଏମିତି ଏକ ଘଟଣା ଆସିଛି ବାଲେଶ୍ୱର ଜିଲ୍ଲାରୁ । ଏ ନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ସୋମବାର ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗା’ଁରେ ଜଣଙ୍କର ଝିଅ ବାହାଘରକୁ ବରଯାତ୍ରୀ ବହୁତ ଜୋର ସାଉଣ୍ଡରେ ଡିଜେ ବଜାଇ ଆସିଥିଲେ । କୁକୁଡ଼ା ଫାର୍ମ ନିକଟରେ ଡିଜେ ଗାଡି ରଖି ଅନେକ ସମୟ ଧରି ଉଚ୍ଚ ଶବ୍ଦରେ ସଂଗୀତ ବଜାଇଥିଲେ । ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥାକୁ ଶୁଣିନଥିଲେ ଓ ତାଙ୍କୁ ଓଲଟା ଗାଳିଗୁଲଜ କରିଥିଲେ। ଫଳରେ ଡିଜେ ଶବ୍ଦରେ ଫାର୍ମରେ ଥିବା ୨୦୦୦ କୁକୁଡା ଭୟରେ ଶଦ୍ଧ କରି ଏକଜୁଟ ହୋଇଯାଇଥିଲେ । ପରସ୍ପର ଉପରେ ଚଢାଚଢି  ହେବାଫଳରେ ୬୩ଟି କୁକୁଡାର ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।


ତେବେ ରଞ୍ଜିତ କ୍ଷତିପୂରଣ ପାଇଁ  କନ୍ୟା ଘର ଲୋକଙ୍କ ନିକଟରେ ଦାବି କରିଥିଲେ । ହେଲେ ତାଙ୍କ କଥା କେହି ନ ଶୁଣି ବାରୁ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ । ହୃଦଘାତରୁ କୁକୁଡ଼ାଙ୍କ ମୃତୁ୍ୟ ହୋଇଥିବା ସେ  ଅଭିଯୋଗ କରିଛନ୍ତି । ନୀଳଗିରି ଥାନା ପୁଲିସ ମାମଲାର ତଦନ୍ତ କରୁଛି । ପଶୁପତି କମ୍ପାନୀର କର୍ମଚାରୀମାନେ ଆସି ଏହି କୁକୁଡା ଗୁଡିକର ପୋଷ୍ଟମର୍ଟମ କରିଛନ୍ତି । ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯାଉ  ବୋଲି ରଞ୍ଜିତ ଦାବି କରିଛନ୍ତି ।