ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଧିକାରୀ
ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଧିକାରୀ
ବରଗଡ଼: ଭିଜିଲାନ୍ସ ପଞ୍ଝାରେ ପଡିଲେ ବରଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡିଏସ୍ଡବ୍ଲୁଓ ଚନ୍ଦ୍ରା ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାର ଅଫିସ ସହ ବରପାଲି ବାସଭବନରେ ଏକକାଳୀନ ରେଡ ଜାରି ରଖିଛି ଭିଜିଲାନ୍ସ ଟିମ୍। ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଯାଞ୍ଚ କରୁଛି ଟିମ୍।
ସୂଚନା ମୁତାବକ, ଆଜି ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶ୍ରୀମତୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ବରଗଡ଼ ସ୍ଥିତ ତାଙ୍କ ସରକାରୀ ଅଫିସ ଓ ବରପାଲି ବାସଭବନରେ ଚଢ଼ଉ କରି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସହ ଅଳଙ୍କାର, ନଗଦ ଟଙ୍କା ସହ ଜମିଜମା କାଗଜ ପତ୍ର ଜବତ କରି ଯାଞ୍ଚ କରୁଛି ଟିମ୍। ଏଥିସହିତ ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସର ୨ଟି ଟିମ୍ ଦୁଇଟି ଟିମ ଚଢ଼ଉରେ ସାମିଲ ଅଛନ୍ତି । ଚନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।




admin 