ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ନିରଞ୍ଜନ

ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ନିରଞ୍ଜନ

ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ନିରଞ୍ଜନ

ଭୁବନେଶ୍ୱର: ଜିଲ୍ଲା,ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦ, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକମାନଙ୍କ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଂଟନ କରିଛନ୍ତି । 

 

ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ଅଶୋକ କୁମାର ଦାସ ଓ ମନୋଜ କୁମାର ବିଶ୍ୱାଳ, ବରଗଡ଼ ପାଇଁ ରାଜକିଶୋର ଷଢ଼ଙ୍ଗୀ ଓ ମାନସ ଆଚାର୍ଯ୍ୟ, ଭଦ୍ରକ – ସତ୍ୟଶିବ ଦାସ,  ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର-  ଗଣେଶ୍ୱର ବେହେରା ଓ ଶାନ୍ତାୟନ ମିଶ୍ର, ବଲାଙ୍ଗୀର- ସତ୍ୟଭୂଷଣ ସାହୁ ଓ ସୀମାଂଚଳ ଉଲ୍ଲାକା, ବୌଦ୍ଧ - ଆଶଫ ଅଲ୍ଲି ଖାନ ଓ ସୂର୍ଯ୍ୟକାନ୍ତି ବାଗ ଏବଂ  ଗୌର ନାୟକ, କଟକ-  ସତ୍ୟପ୍ରକାଶ ନାୟକ ଓ  ଉମେଶ ଜେନା ଏବଂ  ପ୍ରତିମା ମଲ୍ଲିକ, କଟକ ନଗର-  ଯଜେ୍ଞଶ୍ୱର ବାବୁ ଓ  ଶ୍ରୀୟା ମହାନ୍ତି, ଦେବଗଡ଼ -  ରନôମଣି ଉଲ୍ଲାକା ଓ ଦୁର୍ଗା ପାଢ଼ୀ, ଢେ଼ଙ୍କାନାଳ -  ସୁରେଶ ମହାପାତ୍ର ଓ ବିଜୟାନନ୍ଦ ଚାଉଳିଆ, ଗଜପତି –ଲଲାଟେନ୍ଦୁ ମହାପାତ୍ର ଓ ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଶିବାନନ୍ଦ ରାୟ ଓ  ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) - କିଶୋର ଜେନା ଓ  କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଭୂଜବଳ ମାଝୀ ଓ  ମନୋଜ ସାହୁ, ଯାଜପୁର- ରଜତ ଚୌଧୁରୀ ଓ ନସିର ଅହମ୍ମଦ ଖାନ, ଝାରସୁଗୁଡ଼ା – ସସି୍ମତା ଦେହୁରୀ ଓ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି –   ସମରେନ୍ଦ୍ର ମିଶ୍ର ଓ   ମୁକେଶ ଜୈନ, କନ୍ଧମାଳ-   ବିସ୍ମୟ ମହାପାତ୍ର ଓ   ହୁସେନ ଖାନ, କେନ୍ଦ୍ରାପଡ଼ା- କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ବିପ୍ଲବ ଚୌଧୁରୀ, କେନ୍ଦୁଝର-   ସରସ୍ୱତୀ ହେମ୍ରମ ଓ ସନ୍ତୋଷ ନନ୍ଦ ଏବଂ ଶମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା –ରବି ରାୟ, ଓ ଦରିଦ୍ର ନାରାୟଣ ନାୟକ, କୋରାପୁଟ- ଦେବାଶିଷ ପଟ୍ଟନାୟକ ଓ ମହମ୍ମଦ ସବିର ଏବଂ ପ୍ରଭାସ କର ମହାପାତ୍ର, ମାଲକାନଗିରି- ସଦନ ନାୟକ ଓ ଶଶିଭୂଷଣ ପାତ୍ର, ମୟୂରଭଞ୍ଜ- ଅରିନ୍ଦମ ସର୍କେଲ ଓ ବିଜନ ନାୟକ, ମଧୁସ୍ମିତା ସେଠୀ ଏବଂ ଦିଲ୍ଲୀପ ବେହେରା, ନବରଙ୍ଗପୁର-  ଦେବାଶିଷ ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ନେପାକ, ନୟାଗଡ଼ -  ରବୀନ୍ଦ୍ର ମଲ୍ଲିକ ଓ ଚନ୍ଦ୍ରଶେଖର ପରିଡ଼ା, ନୂଆପଡ଼ା- ନକୁଳ ନାୟକ ଓ ତରୁଣ ମାଝୀ, ପୁରୀ- ଜାନକୀ ବଲ୍ଲଭ ପଟ୍ଟନାୟକ ଓ  ଅମୀୟ ପାଣ୍ଡବ, ରାୟଗଡ଼ା-  ସନ୍ତୋଷ ସିଂ ସାଲୁଜା ଓ  ସଂଜୟ କୁମାର ଅଧିକାରୀ, ରାଉରକେଲା- ଆଲୋକ ମିଶ୍ର ଓ  ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ଯ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ  ସରୋଜ ପ୍ରଧାନ ଏବଂ  ସୁକାନ୍ତି ଦାସ, ସୁବର୍ଣ୍ଣପୁର-  ନାରାୟଣ ଜେନା ଓ  ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ସଂଗ୍ରାମ ମିଶ୍ର ଓ  ପ୍ରିୟଜିତ ରାୟ ଏବଂ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି । 

ସେହିପରି ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସଂପାଦିକା ମମତା ମାଢ଼ୀ ଓ  ସଂପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ  ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଯଜେ୍ଞଶ୍ୱର ବାବୁ ଜଣାଇଛନ୍ତି ।