ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ : ପ୍ରଧାମମନ୍ତ୍ରୀ

ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ : ପ୍ରଧାମମନ୍ତ୍ରୀ

ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ : ପ୍ରଧାମମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ଡାକ୍ତର ଦିବସ ଅବସରରେ ଏହି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୱରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡାକ୍ତର ମାନଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ଅଭିହିତ କରିବା ସହିତ କରୋନା ବିରୋଧୀ ଲଢେଇରେ ସେମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ମୋଦି । କରୋନା ଭଳି ମହାମାରୀ ସମୟରେ ଦେଶର ସ୍ୱାସ୍ଥ୍ୟକର୍ମୀ ମାନେ ଅହୋରାତ୍ର ନିରନ୍ତର ପରିଶ୍ରମ ଜାରି ରଖିଛନ୍ତି । ଡାକ୍ତର ମାନଙ୍କର ଏହି ପରିଶ୍ରମ କାରଣରୁ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛୁ । ଏଥିପାଇଁ ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ମୁଁ ଡାକ୍ତର ମାନଙ୍କୁ ଧନ୍ୟବାଦ ଜଣାଉଛି ।

ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ମଧ୍ୟ ଖାତିର କରି ନାହାନ୍ତି ଡାକ୍ତର । ଦେବଦୂତ ସାଜି ଏମାନେ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ବେଳେ କରୋନାର ଦ୍ୱିତୀୟ ଲହରରେ ଦେଶ ପ୍ରାୟ ୩ ହଜାର କରୋନା ଯୋଦ୍ଧାଙ୍କୁ ହରାଇଛି । ଏହି ଡାକ୍ତର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ମୋଦି । ବର୍ତ୍ତମାନର ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବଜେଟରେ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ବ୍ୟୟବରାଦକୁ ଦୁଇ ଗୁଣ କରାଯାଇଛି । ଏହା ସହିତ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗୀକାରବଦ୍ଧ ଥିବା କହିଛନ୍ତି ମୋଦୀ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡା ଆଇନୂ ପ୍ରଣୟନ କରାଯାଇଛି । କରୋନା କାଳରେ ଡାକ୍ତର ମାନଙ୍କ ଦ୍ୱାରା କରାଯାଇଥିବା ସଂଘର୍ଷ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମୋଦି କହିଥିଲେ । ଏହା ସହିତ ମିଳିତ ଭାବରେ ଆମେ କରୋନାକୁ ପରାଜିତ କରି ପାରିବା ବୋଲି ମୋଦି କହିଥିଲେ ।