ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ଲେଖା
ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ଲେଖା
ଭୁବନେଶ୍ୱର: ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ଦୈନିକ ‘ସମ୍ବାଦ’ରେ ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ସମ୍ପାଦକୀୟରେ ସୌମ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଦେଇଛନ୍ତି । ରାଜ୍ୟର କୋଭିଡ ମୃତୁ୍ୟକୁ ନେଇ ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି । କୋଭିଡ ମୃତୁ୍ୟ ସଂଖ୍ୟା ଲୁଚା ଯାଉଥିବା ସୌମ୍ୟ ଉକ୍ତ ଲେଖାରେ ଦର୍ଶାଇଛନ୍ତି । ସତ ମୃତୁ୍ୟ ସଂଖ୍ୟା କହିଥିଲେ ଆମର ବିଶେଷ କିଛି କ୍ଷତି ହୋଇନଥାନ୍ତା ବୋଲି ସୌମ୍ୟ କହିଛନ୍ତି । ପ୍ରଶାସନର ବାମହାତ କଣ କରୁଛି ଡାହାଣ ହାତ ଜାଣୁନି ବୋଲି ସୌମ୍ୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ବୋଲି ସେ ଉକ୍ତ ସମ୍ପାଦକୀୟରେ ଲେଖିଛନ୍ତି ।
ତେବେ ସୌମ୍ୟଙ୍କ ଏହି ଲେଖାକୁ ନେଇ ଉଭୟ ବିଜେପି ଓ ବିଜେଡି ପ୍ରତିକି୍ର୍ରୟା ପ୍ରକାଶ କରିଛି ।
ଏହି ପରିପ୍ରେକ୍ଷୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସତ କଥା ଲେଖିଥିବାରୁ ସୌମ୍ୟଙ୍କୁ ଧନ୍ୟବାଦ । ବିଜେପି ଆଗରୁ କହିଛି ରାଜ୍ୟ ସରକାର କୋଭିଡ ମୃତୁ୍ୟ ସଂଖ୍ୟା ଲୁଚାଉଛନ୍ତି । ଏନେଇ ଖବରକାଗଜରେ ଉପସ୍ଥାପିତ କରିଥିବାରୁ ସୌମ୍ୟବାବୁଙ୍କୁ ଧନ୍ୟବାଦ ।
ତେବେ ସରକାର ତଥ୍ୟ ଲୁଚାଇନାହାନ୍ତି ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । କେଉଁଠି ତଥ୍ୟ ଲୁଚାଯାଇଛି ତାଙ୍କ ତଥ୍ୟ ତାଙ୍କୁ ପଚାରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।




admin 