ଡଲାର ତୁଳନାରେ ପାଇଲା ଟଂକା ମୂଲ୍ୟ

ଡଲାର ତୁଳନାରେ ପାଇଲା ଟଂକା ମୂଲ୍ୟ

ଡଲାର ତୁଳନାରେ ପାଇଲା ଟଂକା ମୂଲ୍ୟ

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ବୁଧବାର ଐତିହାସିକ ହ୍ରାସ ସହ ବନ୍ଦ ହୋଇଥିବା ଟଙ୍କା ଗୁରୁବାର କାରବାର ଆରମ୍ଭରୁ ହିଁ ଖସିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୦.୨୮ରେ ଆରମ୍ଭ ହୋଇଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ କାରବାର ଶେଷ ହେବା ବେଳକୁ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯.୯୭ରେ ବନ୍ଦ ହୋଇଥିଲା ।

କେବଳ ଟଙ୍କା ନହେଁ ଏସିଆର ଅନେକ ଦେଶର ମୁଦ୍ରା ହ୍ରାସ ପାଇଛି । ଡଲାର ତୁଳନାରେ ଚୀନ ମୁଦ୍ରା ୟନ୍‌ ୭.୧୦ ତଳେ ରହିଛି । ସେଣ୍ଟ୍ରାଲ ବ୍ୟାଙ୍କର କାରବାର ହ୍ରାସ ପାଇଥିବାରୁ ଆଜି ଦିନ ତମାମ ଟଙ୍କାର ମୂଲ୍ୟ ତଳମୁହାଁ ରହିବାର ସମ୍ଭାବନା ରହିଛି । ଏପରିକି କାରବାର ଶେଷ ହେବା ବେଳକୁ ଏକ ଡଲାର ତୁଳନାରେ ଟଙ୍କା ୮୦ ଉପରକୁ ରହିପାରେ । ଆମେରିକାର ଫେଡେରାଲ୍‌ ରେଟ୍‌ ବୃଦ୍ଧି କାରଣରୁ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ୟୁଏସ୍‌ ମାର୍କେଟରେ ପଲିସି ରେଟ୍‌ ୭୫ ବେସିସ୍‌ ପଏଣ୍ଟ ବୃଦ୍ଧି ପାଇଛି । ଗତ ୩ ଦିନ ମଧ୍ୟରେ ଏହା ଲଗାତାର ବୃଦ୍ଧି । ଫଳରେ ଭାରତୀୟ ସେୟାର ବଜାର ଗୁରୁବାର ରେଡ୍‌ ମାର୍କରେ ଆରମ୍ଭ ହୋଇଛି ।

ଗୁରୁବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୫୨ ପଏଣ୍ଟ ହ୍ରାସ ପାଇ ୫୯, ୩୦୩ ପଏଣ୍ଟରେ ଆରମ୍ଭ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୪୬ ଅଙ୍କ ହ୍ରାସ ପାଇ ୧୭,୬୭୧ ପଏଣ୍ଟରେ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ବଜାରରେ ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ଏହାର ପ୍ରଭାବ ସିଧାସଳଖ ଭାରତର ବଜାର ଉପରେ ଦେଖିବାକୁ ମିଳିଛି । ଫଳରେ ଭାରତୀୟ ବଜାରରେ ମଧ୍ୟ ଆଜି ଦିନ ତମାମ୍‌ କାରବାର ରେଡ୍‌ ମାର୍କରେ ଚାଲିପାରେ । ତଥାପି ସେନସେକ୍ସ ୫୯ ହଜାର ପଏଣ୍ଟ ଉପରେ କାରବାର କରୁଛି ।