ପାକିସ୍ତାନ ମୁହଁକୁ ଜାତିସଂଘ ଚାପୁଡା

ପାକିସ୍ତାନ ମୁହଁକୁ ଜାତିସଂଘ ଚାପୁଡା

ପାକିସ୍ତାନ ମୁହଁକୁ ଜାତିସଂଘ ଚାପୁଡା
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ପକ୍ଷରୁ ଏକ ଜୋରଦାର ଧକ୍କା ଲାଗିଛି । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଜାତିସଂଘ ପକ୍ଷରୁ ମନା କରିଦିଆଯାଇଛି । ଏଥିରେ ମଧ୍ୟସ୍ଥତା କରିବାକୁ ଜାତିସଂଘ ମହାସଚିବ ପାକିସ୍ତାନକୁ ସଫା ମନା କରିଦେଇଛନ୍ତି । କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହି ଜାତିସଂଘ ମହାସଚିବ ଏଥିରେ ମଧ୍ୟସ୍ଥତା କରିବାକୁ ମନା କରିଦେଇଛନ୍ତି । ଗତକାଲି ଭାରତ ଜାତିସଂଘରେ ପାକିସ୍ତାନର ଧଜ୍ଜିଆ ଉଡ଼ାଇଥିଲା । ପାକିସ୍ତାନ କିଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି ସେ ସମ୍ପର୍କରେ ଭାରତ ଗତକାଲି ଜାତିସଂଘରେ ତଥ୍ୟ ରଖିଥିଲା ।