ଟ୍ରକରୁ ମିଳିଲା ୪୬ ମୃତଦେହ

ଟ୍ରକରୁ ମିଳିଲା ୪୬ ମୃତଦେହ

ଟ୍ରକରୁ ମିଳିଲା ୪୬ ମୃତଦେହ

ୱାଶିଂଟନ୍‌: ଆମେରିକାରୁ ଆସିଛି ଛାତି ଥରା ଦୃଶ୍ୟ। ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତେଦହ। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ। ସୋମବାର ଏକ ଟ୍ରକ୍‌ ଭିତରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସେଠାକାର ସ୍ଥାନୀୟ ପୁଲିସ ସୂଚନା ଦେଇଛି।ସେନ୍ ଆଣ୍ଟୋନିଓର କେସାଟ୍ ଚ୍ୟାନେଲ୍ ଅନୁସାରେ, ଟ୍ରକଟି ସହରର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ରେଳ ଧାରଣା ପାଖରେ ଥିଲା। ଏହାକୁ ଖୋଲିବା ପରେ ତା’ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିଥିଲା।କେସାଟର ଟ୍ୱିଟ୍ ଅନୁସାରେ, ପୁଲିସ ଗାଡି ଓ ଆମ୍ବୁଲାନ୍ସ ଏକ ବଡ ଟ୍ରକ୍ ଆଗରେ ରହିଛନ୍ତି। ଏଥିରେ ମୃତଦେହ ଲଦାଯାଉଛି। ତେବେ ସମସ୍ତ ମୃତକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିଲେ ବୋଲି ଅନୁମାନ କରାଯାଉଛି। ସେପଟେ ସେନ୍ ଆଣ୍ଟୋନିଓ ପୁଲିସ ଘଟଣା ବାବଦରେ ଅଧିକ ତଥ୍ୟ ଦେଉନାହିଁ।ଯେଉଁଠାରୁ ଏହି ମୃତଦେହ ଗୁଡିକ ମିଳିଛି ସେହି ସ୍ଥାନଟି ମେକ୍ସିକୋ ସୀମା ଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। ସୋମବାର ଏଠାକାର ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।ସେଣ୍ଟ୍ ଆଣ୍ଟୋନିଓ ଅଗ୍ନିଶମବାହିନୀର କହିବା ମୁତାବକ, ସୋମବାର ବିଳମ୍ବିତ ରାତିରେ ୧୬ ଜଣଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଅଂଶୁଘାତ ହୋଇଥିବା କୁହାଯାଉଛି। ଏମାନେ ସବୁ ବନ୍ଦ ଟ୍ରକରେ ଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।