ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କଲେ ସାନିଆ ମିର୍ଜା

ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କଲେ ସାନିଆ ମିର୍ଜା

ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କଲେ ସାନିଆ ମିର୍ଜା

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆନ୍‌ ଓପେନ୍‌ ବ୍ୟାଡ୍‌ମିଣ୍ଟନ୍‌ ମ୍ୟାଚ୍‌ରେ ‘ରନର୍‌-ଅପ୍‌’ ହୋଇ ସାନିଆ ମିର୍ଜା ତାଙ୍କ ଗୌରବମୟ ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କରିଛନ୍ତି।
‘ରଡ୍‌ ଲେଭର୍‌ ଆରେନା’ରେ ଅନୁଷ୍ଠିତ ମିକ୍ସଡ୍‌ ଡବଲ୍‌ର ଫାଇନାଲ୍‌ ଖେଳରେ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍‌ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ପରାସ୍ତ ହୋଇଛନ୍ତି।


ଏଥିସହିତ ଶେଷ ହୋଇଛି ସାନିଆ ମିର୍ଜାଙ୍କର ଗୌରବମୟ ଟେନିସ୍‌ କ୍ୟାରିୟର୍‌। ଦୁଃସାହସିକ ଉଦ୍ୟମ ସତ୍ତ୍ବେ ଶେଷକୁ ୩୬ ବ‌ର୍ଷୀୟ ସାନିଆ ‘ସିକ୍ସ୍‌ ଡବଲ୍‌’ ହାସଲ କରି ପରାଜିତ ହୋଇଥିଲେ। ଖେଳ ପ୍ରାରମ୍ଭରେ ଭାରତୀୟ ଯୋଡ଼ି ଭଲ ଖେଳି ପାରି ନ ଥିଲେ। ୦-୨ରୁ ପ୍ରାରମ୍ଭିକ ସେଟ୍‌ ଆରମ୍ଭ କରିଥିବା ଭାରତୀୟ ଯୋଡ଼ି ପରେ ୨-୨ କରିଥିଲେ। ତା’ପରେ ୩-୨ରେ ଅଗ୍ରଣୀ ରହି ବୋପାନ୍ନା ଓସାନିଆ ଏହି ଖେଳରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ।
କିନ୍ତୁ, ବ୍ରାଜିଲୀୟ ଯୋଡ଼ି ବି ଛାଡ଼ି ନ ଥିଲେ। ଭାରତୀୟ ଯୋଡ଼ି ୪-୩ରେ ଅଗ୍ରଣୀ ହେବା ଆଗରୁ ସେମାନେ ୩-୩ ହାସଲ କରିବାକୁ ସମର୍ଥ ହୋଇଥିଲେ। ତା’ପରେ ବୋପାନ୍ନା ଓ ମିର୍ଜା ସେକେଣ୍ଡ୍‌ ସର୍ଭିସ୍‌ ବ୍ରେକ୍‌ରେ ୫-୩ରେ ଅଗ୍ରଣୀ ‌ରହିଥିଲେ।

ସେହିପରି, ଏହାର ମୁକାବିଲା କରିବାକୁ ଯାଇ ବ୍ରାଜିଲୀୟ ଯୋଡ଼ି ୫-୫ ହାସଲ କରିଥିଲେ। ସେଟ୍‌ରେ ତୃତୀୟ ଥର୍‌ ସର୍ଭ କରିବା ବେଳେ ସାନିଆ ଭାରତକୁ ୬-୫ରେ ଅଗ୍ରଣୀ କରାଇଥିଲେ। ଖେଳର ୧୧ଶ ପର୍ୟ୍ୟାୟରେ ବ୍ରାଜିଲ୍‌ର ଷ୍ଟଫାନି ବ୍ରାଜିଲ୍‌କୁ ୨ ଥର ‌ବ୍ରେକିଙ୍ଗ୍‌ ସୁଯୋଗ ଦେଇଥିଲେ। କିନ୍ତୁ, ବୋପାନ୍ନା ୨ଟିଯାକ ପଏଣ୍ଟ୍‌ ରକ୍ଷା କରି ଭାରତକୁ ଉଜ୍ଜୀବିତ ରଖିଥିଲେ। କିନ୍ତୁ, ପ୍ରଥମ ସେଟ୍‌ର ଏହି ଖେଳରେ ବ୍ରାଜିଲୀୟ ଯୋଡ଼ି ୭-୬ (୬-୨) ବିଜୟ ହାସଲ କରିଥିଲେ।

ଖେଳର ଦ୍ବିତୀୟ ସେଟ୍‌ ପ୍ରାରମ୍ଭରୁ ବ୍ରାଜିଲ୍‌ ୩-୧ରେ ଅଗ୍ରଣୀ ରହି ପରେ ପରେ ୪-୧ରେ ଅଗ୍ରଣୀ ରହିବାରୁ ଭାରତର ପରିସ୍ଥିତି ଶୋଚନୀୟ ହୋଇଯାଇଥିଲା। କିନ୍ତୁ, ବ୍ରାଜିଲୀୟ ଯୋଡ଼ି ମ୍ୟାଟୋସ୍‌ ଓ ‌ଷ୍ଟିଫାନି ସେଟ୍‌ ବନ୍ଦ ରଖି ଖେଳ ଶେଷ କରିଥିଲେ।