ଟିକା ପରେ ବି ୯୪୬ ଜଣଙ୍କ ମୃତ୍ୟୁ

ଟିକା ପରେ ବି ୯୪୬ ଜଣଙ୍କ ମୃତ୍ୟୁ

ଟିକା ପରେ ବି ୯୪୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ କ୍ଷେତ୍ରରେ ପ୍ରତିକୂଳ ଶାରୀରିକ ଅସୁସ୍ଥତା ଦେଖା ଦେଇଥିଲା। ସେମାନଙ୍କ ମଧ୍ୟରୁ ୯୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି।ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ କ୍ଷେତ୍ରରେ ପ୍ରତିକୂଳ ଶାରୀରିକ ଅସୁସ୍ଥତା ଦେଖା ଦେଇଥିଲା। ସେମାନଙ୍କ ମଧ୍ୟରୁ ୯୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି।

ତେବେ ସେଥିମଧ୍ୟରୁ ୮୯ ଜଣଙ୍କର ମୃତ୍ୟୁର କାରଣ ଆକଳନ ସମାପ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କାରଣ ଯୋଗୁ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି ଯେଉଁଥିରେ ଟିକା ଉତ୍ପାଦ ସମ୍ବନ୍ଧୀୟ କାରଣ ଯୋଗୁ ୪ ଜଣ, ଆକସ୍ମିକ ଭାବେ ୫୮ ଜଣ, ୧୬ ଜଣଙ୍କ ମୃତ୍ୟୁ ଅନିଶ୍ଚିତ ଏବଂ ୧୧ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ।ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ସୁଦ୍ଧା ୧୨୩.୨୫ କୋଟି ଡୋଜ୍ କୋଭିଡ୍ -୧୯ ଟିକା ଦିଆଯାଇଛି ଓ ସେମାନଙ୍କ ମଧ୍ୟରୁ ୪୯ ହଜାର ୮୧୯ ଜଣଙ୍କ ଦେହରେ ଟୀକା ପରବର୍ତ୍ତୀ ପ୍ରତିକୂଳ ଲକ୍ଷଣ ରେକର୍ଡ କରାଯାଇଛି। ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରଖାଯାଇଥିବା ତଥ୍ୟ ଦର୍ଶାଇଛି ଯେ ଟୀକାକରଣ ପରବର୍ତ୍ତୀ ଜଟିଳତା ପରିସଂଖ୍ୟାନ ଅନୁଯାୟୀ ୪୭ ହଜାର ୬୯୧ ଜଣ ନାବାଳକ, ୧୬୩ ଗୁରୁତର ଏବଂ ୧ ହଜାର ୯୬୫ ଅତ୍ୟଧିକ ଗୁରୁତର ହୋଇ ପଡ଼ିଥିଲେ।