ଝରାଫୁଲ ମୃତୁ୍ୟ ମାମଲା: ଅଭିଯୁକ୍ତ ରାକେଶକୁ ଜେଲ ପଠାଗଲା

ଝରାଫୁଲ ମୃତୁ୍ୟ ମାମଲା: ଅଭିଯୁକ୍ତ ରାକେଶକୁ ଜେଲ ପଠାଗଲା

ଝରାଫୁଲ ମୃତୁ୍ୟ ମାମଲା: ଅଭିଯୁକ୍ତ ରାକେଶକୁ ଜେଲ ପଠାଗଲା
ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି । ଗତକାଲି ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟ ପୁଣି ରାକେଶଙ୍କୁ ଫେବୃଆରୀ ୧୨ ପର୍ୟ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ଗତକାଲି ପୁଲିସ ରାକେଶ ସହ ତାର ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଜେରା କରିଥିଲା । ଇତି ମଧ୍ୟରେ ପୁଲିସ ରାକେଶର ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି । ପୂର୍ବରୁ ଝରାଫୁଲ ନାଏକଙ୍କ ମୃତ ଦେହ ଯେଉଁ ସ୍କୁଟିରେ ନିଆଯାଇଥିଲା, ସେହି ସ୍କୁଟିକୁ ଭୁବନେଶ୍ୱରରୁ ପୁଲିସ ଜବତ କରିବା ସହ ଘଟଣା ଦିନ ରାକେଶ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ପୁଲିସ କରିଛି । ଝରାଫୁଲଙ୍କ ମୃତ୍ୟୁକୁ ୯ ଦିନ ବିତି ଥିଲେ ମଧ୍ୟ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖରକୁ ଧରିବାରେ ପୁଲିସକୁ ସଫଳତା ମିଳିପାରିନାହିଁ ।