ଜେଲ୍ରୁ ମୁକୁଳିଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ
ଜେଲ୍ରୁ ମୁକୁଳିଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଦୋଷୀ ଏଜି ପେରାରି ଭଲନ ଆଜି ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଧରି ସଜ୍ଜା କାଟିବା ପରେ ସୁପ୍ରିମକୋର୍ଟ ଆଜି ତାଙ୍କୁ ମୁକ୍ତ କରିଛନ୍ତି। ତାମିଲନାଡ଼ୁ ସରକାରଙ୍କ ନିବେଦନ କ୍ରମେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତ ମାର୍ଚ୍ଚ ୯ ତାରିଖରେ ସବୋର୍ଚ୍ଚ ନ୍ୟାୟାଳୟ ଏଜି ପେରାରି ଭଲନଙ୍କ ଜାମିନ ମଞ୍ଜୁର କରିଥିଲେ। ସେହିପରି ତାମିଲନାଡ଼ୁ କ୍ୟାବିନେଟର ନିଷ୍ପତ୍ତିକୁ ରାଜ୍ୟପାଳ ମାନିବା ଉଚିତ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ରାଜୀବଙ୍କୁ ହତ୍ୟା ବେଳେ ପେରାଇ ଭଲନ୍ନଙ୍କୁ ୧୯ ବର୍ଷ ହୋଇଥିଲା। ରାଜୀବଙ୍କ ହତ୍ୟାଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରି ଭଲନ । ସେ ଏହି ହତ୍ୟାକାଣ୍ଡ ପାଇଁ ୨ଟି ୯ଭୋଲଟ୍ର ବ୍ୟାଟେରୀ କିଣିଥିଲେ। ଏହି ବ୍ୟାଟେରୀକୁ କାମରେ ଲଗାଇଥିଲେ ଶିଭରସନ୍। ଏଲଟିଟିଇର ସଦସ୍ୟ ଶିଭରସନ୍ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ରାଜୀବ ଗାନ୍ଧିଙ୍କୁ ହତ୍ୟା ପାଇଁ ହୋଇଥିବା ବୋମା ବିସ୍ଫୋରଣରେ ଏହି ବ୍ୟାଟେରୀ ବ୍ୟବହୃତ ହୋଇଥିଲା। ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରି ଭଲନ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ। ତେବେ ୨୦୧୪ରେ ତାଙ୍କ ଫାଶୀଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।
ଚଳିତ ବର୍ଷ ମାର୍ଚ୍ଚ ମାସରରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏହା ପରେ ଜେଲରୁ ମୁକୁଳିବା ପାଇଁ ପେରାଇ ଭଲନ୍ନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ଏହି ମାମଲାକୁ ତାମିଲନାଡ଼ୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ପଠାଇଛନ୍ତି। ମାମଲାକୁ ନେଇ ମଧ୍ୟ ରାଷ୍ଟ୍ରପତି କୌଣସି ନିର୍ଣ୍ଣୟ ନେଇନାହାନ୍ତି ବୋଲି କେନ୍ଦ୍ର ଯୁକ୍ତି ରଖିଥିଲା। ତେବେ ମାମଲାର ପ୍ରକ୍ରିୟା ବିଳମ୍ବ ହେଉଥିବା ନେଇ ତାମିଲନାଡ଼ୁ ରାଜ୍ୟପାଳଙ୍କ କାର୍ୟ୍ୟାନୁଷ୍ଠାନକୁ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ରାଜ୍ୟପାଳ କ୍ୟାବିନେଟ ନିଷ୍ପିତ୍ତିକୁ ମାନିବା ଉଚିତ୍।
ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ମୁକ୍ତି ପାଇଁ ରାଜ୍ୟପାଳ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ବାଧ୍ୟ। ମାମଲାକୁ ଅଜଥା ରାଷ୍ଟ୍ରପତିଙ୍କ ନିକଟକୁ ହସ୍ତାନ୍ତର କରିବା ଅମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୯୯୧ରେ ତାମିଲନାଡ଼ୁ ଗସ୍ତରେ ଥିବା ବେଳେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା। ମାମଲାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ଫାଶିଦଣ୍ଡାଦେଶ ହୋଇଥିଲା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଦୋଷୀମାନଙ୍କୁ ମୁକ୍ତି ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ରାଜ୍ୟପାଳ ସ୍ୱୀକୃତି ଦେଇନଥିଲେ। ପରେ ମମାମଲାକୁ ନେଇ ପେରାରି ଭଲନ ଓ ଅନ୍ୟ ଦୋଷୀମରନେ ସୁପ୍ରିମକୋର୍ଟ ଯାଇଥିଲେ।




admin 