ଜୁଲାଇ ୫ରୁ ଓସିଏସ୍ ମେନ୍ ପରୀକ୍ଷା

ଜୁଲାଇ ୫ରୁ ଓସିଏସ୍ ମେନ୍ ପରୀକ୍ଷା

ଜୁଲାଇ ୫ରୁ ଓସିଏସ୍ ମେନ୍ ପରୀକ୍ଷା
କଟକ:ଓଡିଶା ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା ୨୦୧୮ ଆସନ୍ତା ଜୁଲାଇ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ । ଏଥିପାଇଁ ଓଡିଶା ଲୋକ ସେବା ସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସମୁଦାୟ ୨୧୮ ପଦବୀ ପୂରଣ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥି ମଧ୍ୟରେ ଓଏଏସ ପାଇଁ ୬୦ ପଦବି ରହିଥିବା ବେଳେ ଓପିଏସ ପାଇଁ ୧୫, ଓଏଫଏସ ପାଇଁ ୨୧, ଓସିଏସ ପାଇଁ ୬, ଓଆରଏସ ପାଇଁ ୬୧ , ଓଟି ଆଣ୍ଡ ଏଏସ ପାଇଁ ୩୯, ଓଇଏସ ପାଇଁ ୧୬ ପଦବି ରହିଛି । ତେବେ ୨୧୮ ପଦବି ମଧ୍ୟରୁ ଅଂସରକ୍ଷିତ ୧୪୪ ପଦ ଥିବାବେଳେ ୨୦ ଏସଇବିସି ଦିବ୍ୟାଙ୍ଗଙ୍କ ନିମନ୍ତେ ୧୦ ପଦବି ସଂରକ୍ଷିତ ରହିଛି ।