ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ ଟିକା
ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ ଟିକା
admin
Oct 5, 2020 - 08:27
Updated: Oct 5, 2020 - 08:27
ନୂଆଦିଲ୍ଲୀ: ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ସୁଦ୍ଧା ସରକାର କୋଭିଡ ଟିକା ଦେବା ପାଇଁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ୪୦୦ ରୁ ୫୦୦ ନିୟୁତ ଟିକା ଡୋଜ ଗ୍ରହଣ କରିବେ ଏବଂ ଏହାର ସମାନ ବଣ୍ଟନ ସୁନିଶ୍ଚିତ କରାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
କେଉଁମାନଙ୍କୁ ପ୍ରଥମେ ଟିକା ମିଳିବ ତା’ର ଏକ ବିସ୍ତୃତ ବିବରଣୀ ପଠାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । କରୋନା ଲଢେ଼ଇରେ ଆଗଧାଡ଼ିର ଥିବା ସ୍ୱାସ୍ଥ୍ୟକର୍ମୀ (ଉଭୟ ସରକାରୀ ଓ ଘରୋଇ କର୍ମଚାରୀ) ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟିକା ପାଇବେ । କେନ୍ଦ୍ରୀୟସ୍ତରରେ ଟିକା କ୍ରୟ କରାଯାଉଛି ଏବଂ ପ୍ରତି କାର୍ଯ୍ୟକୁ ସଠିକ ସମୟରେ ଟ୍ରାକ କରାଯିବ । ତେବେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ବୋଲି ହର୍ଷବଦ୍ଧନ କହିଛନ୍ତି । ସରକାର ଭାରତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ ଟିକାର ସମାନ ବଣ୍ଟନ ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।