ଏମସ ରିପୋର୍ଟ ହାସ୍ୟାସ୍ପଦ: ସୁଶାନ୍ତଙ୍କ ପରିବାର

ଏମସ ରିପୋର୍ଟ ହାସ୍ୟାସ୍ପଦ: ସୁଶାନ୍ତଙ୍କ ପରିବାର

ଏମସ ରିପୋର୍ଟ ହାସ୍ୟାସ୍ପଦ: ସୁଶାନ୍ତଙ୍କ ପରିବାର
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ଆତ୍ମହତ୍ୟା ଜନିତ ବୋଲି ଏମସ ଦେଇଥିବା ରିପୋର୍ଟକୁ ତାଙ୍କ ଓକିଲ ବିକାଶ ସିଂହ ନିର୍ଣ୍ଣାୟକ ନୁହେଁ ବୋଲି କହିଥିବା ବେଳେ ତାଙ୍କ ପରିବାର ଏହାକୁ ଏକ ହାସ୍ୟାସ୍ପଦ ସିଦ୍ଧାନ୍ତର ଆଖ୍ୟା ଦେଇଛନ୍ତି । ଏପରିକି ତାଙ୍କ ପରିବାର ଟ୍ୱିଟର ହ୍ୟାଣ୍ଡେଲରେ ସେମାନେ ସୁଶାନ୍ତଙ୍କର ଏକ ଭିଡିଓ ଛାଡ଼ିଛନ୍ତି ଯେଉଁଥିରେ ସେ ଜଣେ କଠିନ ପରିଶ୍ରମୀ ବୋଲି ଜଣା ପଡ଼ୁଛନ୍ତି । ତେବେ ସେଥିରେ ନିଜକୁ ମାରିବା ପାଇଁ ଏତେ ପରିଶ୍ରମ କର ନାହିଁ, ଏମସର ହାସ୍ୟାସ୍ପଦ ସିଦ୍ଧାନ୍ତ ପରା ତାହା କହୁଛି’ପରି ରହିଥିବା ରୋଚକ ଶୀର୍ଷକ ହିଁ ଏମସ ରିପୋର୍ଟ ଉପରେ ପରିବାର ଲୋକଙ୍କ ଆଦୌ ଭରସା ନଥିବା ସ୍ପଷ୍ଟ ହୋଇଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସମସ୍ତଙ୍କୁ ଚୂଡାନ୍ତ ନ୍ୟାୟ ଆସିଲା ଯାଏଁ ଧୈର୍ଯ୍ୟ ଧରି ଦୃଢ଼ ରହିବାକୁ ଅନୁରୋଧ କରିଛନ୍ତି ।