ଜୁନ୍ ୧ ପରଠାରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ
ଜୁନ୍ ୧ ପରଠାରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ
ସମ୍ଵଲପୁର : ହୀରାକୁଦକୁ ନେଇ ଆସିଲା ବଡ଼ ଖବର। ମୌସୁମୀ ଆସିବା ପୂର୍ବରୁ କରାଯାଇଛି ସତର୍କ। ଏ ନେଇ ତଳ ମୁଣ୍ଡର ୧୨ ଜିଲ୍ଲାକୁ ହୀରାକୁଦ ଜଳଭଣ୍ଡାର ପକ୍ଷରୁ ସତର୍କ ସୂଚନା ଜାରି। ମୌସୁମୀ ପାଖେଇ ଆସୁଥିବା ବେଳେ ଆସନ୍ତା ଜୁନ୍ ୧ ତାରିଖରୁ ଅକ୍ଟୋବର ୩୧ ମଧ୍ୟରେ ଯେକୌଣସି ମୂହୁର୍ତ୍ତରେ ବନ୍ୟାଜଳ ଛଡ଼ାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି।




admin 