ଜୁନରୁ ଗହମ ମିଳବନି!
ଜୁନରୁ ଗହମ ମିଳବନି!
ଭୁବନେଶ୍ୱର: ରାଜ୍ୟରେ ଥିବା ପିଡିଏସ୍ କେନ୍ଦ୍ରଗୁଡିକରେ ଆସନ୍ତା ଜୁନ୍ ମାସରୁ ଗହମ ମିଳବନି। ୧୦ ମାସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ୨୦୦୭ ପରେ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଗହମ ସଂଗ୍ରହ ସର୍ବନିମ୍ନ ରହିଛି । ଏଥିଯୋଗୁ କେନ୍ଦ୍ର ପକ୍ଷରୁ ଓଡିଶାକୁ ଦିଆଯାଉଥିବା ୨୪ ହଜାର ୭୦୦ ମେଟ୍ରିକ ଟନ୍ ଗହମ ଯୋଗାଣ ବନ୍ଦ କରାଯାଇଥିବା ଏଫସିଆଇ ସୂତ୍ରରୁ ପ୍ରକାଶ । ଏହା ବଦଳରେ ରାଜ୍ୟକୁ ଚାଉଳ ମିଳିବ । ଏଥିଯୋଗୁ ଗହମ ପାଇଁ ପିଡିଏସ୍ କେନ୍ଦ୍ର ଉପରେ ନିର୍ଭରଶୀଳ ୩ କୋଟିରୁ ଉର୍ଦ୍ଧ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବେ ।
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ । ଏଥିରେ ୨ଟି କାଟାଗୋରିରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାନ୍ତି । ଓଡିଶା ଚାଉଳ ଉପ୍ତାଦନରେ ଆତ୍ମନିର୍ଭରଶୀଳ । ମାତ୍ର ରାଜ୍ୟରେ ଗହମ ଉପ୍ତାଦିତ ହେଉ ନଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟନ କେନ୍ଦ୍ର ଦେଇଥାଏ । ପଞ୍ଜାବ ଓ ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ । ଗହମ କୋଟା ହ୍ରାସ କରି ଚାଉଳ କୋଟା ବୃଦ୍ଧି ପାଇଁ ବର୍ଷାଧିକ ସମୟ ହେଲା ରାଜ୍ୟ ସରକାରଙ୍କୁ ପକ୍ଷରୁ ଅନୁରୋଧ କରାଯାଉଛି । ମାତ୍ର କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉନଥିଲେ ।




admin 