ଜାଣନ୍ତୁ ଖେଳାଳିଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବ ବିସିସିଆଇ

ଜାଣନ୍ତୁ ଖେଳାଳିଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବ ବିସିସିଆଇ

ଜାଣନ୍ତୁ ଖେଳାଳିଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବ ବିସିସିଆଇ
ନୂଆଦିଲ୍ଲୀ : ଆଇପିଏଲର ୧୩ ତମ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବିସିସିଆଇର ପ୍ରାଥମିକତା ରହିଛି । ଏହା ସହିତ ସମସ୍ତ ଖେଳାଳି ଏବଂ ଅଫିିସିଆଲଙ୍କ କରୋନା ପରୀକ୍ଷଣ ଏକାଧିକ ଥର କରାଯିବ । ଏନେଇ ବିସିସିଆଇ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୟୁଏଇ ପହଞ୍ଚିବା ପୂର୍ବରୁ ସମସ୍ତ ଖେଳାଳିଙ୍କ ୩ ଥର କରୋନା ପରୀକ୍ଷଣ କରାଯାଇଥିବା ବେଳେ ୟୁଏଇରୁ ଦୁବାଇ ପହଞ୍ଚିବା ପରେ ଆଉ ଥରେ ପରୀକ୍ଷଣ କରାଯିବ । ବିସିସିଆଇ ପକ୍ଷରୁ ୟୁଏଇର ଭିପିଏସ ହେଲ୍ଥକେୟାର ସହିତ ଚୁକ୍ତି ହୋଇଥିବା ଜଣାପଡିଛି । ପ୍ରାୟ ୨୦ ହଜାର ଆରଟି ପିସିଆର ଟେଷ୍ଟ କରାଯିବ । ପ୍ରତି ଟେଷ୍ଟ ପିଛା ୨୦୦ ଡିରହାମ ଖର୍ଚ୍ଚ କରାଯିବ ଏବଂ ପ୍ରାୟ ୭୫ ଜଣ ସ୍ୱାସ୍ଥ୍ୟକର୍ମୀ ସମସ୍ତ ଟିମ୍ ସହିତ ନିୟୋଜିତ ରହିବେ ।