ପ୍ରଥମ ଦଳ ଭାବରେ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମ ଦଳ ଭାବରେ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମ ଦଳ ଭାବରେ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ ଇଣ୍ଡିଆନ୍ସ
ଦୁବାଇ : ଆଇପିଏଲର ୧୩ ତମ ସଂସ୍କରଣରେ ପ୍ରଥମ ଦଳ ଭାବରେ ପ୍ଲେଅଫ ଯୋଗ୍ୟତା ଅର୍ଜନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୪୯ଟି ମ୍ୟାଚ ପରେ ପ୍ରଥମ ଦଳ ଭାବରେ ମୁମ୍ବାଇ ପ୍ଲେ ଅଫକୁ ଯାଇଛି । ଗତକାଲିର ମ୍ୟାଚରେ ଚେନ୍ନାଇ କେକେଆରକୁ ପରାସ୍ତ କରିବା ଫଳରେ ୧୬ ପଏଣ୍ଟରେ ରହିଥିବା ମୁମ୍ବାଇ ପ୍ଲେଅଫରେ ପ୍ରବେଶ କରିଛି । ମୁମ୍ବାଇର ଆହୁରି ଦୁଇଟି ମ୍ୟାଚ ବାକି ରହିଥିବା ବେଳେ ଦଳ ଟେବୁଲ ଟପ୍ପର ଭାବରେ ଲିଗ ପର୍ଯ୍ୟାୟ ଶେଷ କରିବାକୁ ଚାହିଁବ । ଗତକାଲି ପ୍ରଥମେ ବ୍ୟାଟିଂ କରି କେକେଆର ୧୭୨ ରନ୍ ସଂଗ୍ରହ କରିଥିବା ବେଳେ ଚେନ୍ନାଇ ଜାଡେଜାଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚର ଅନ୍ତିମ ବଲରେ ବିଜୟୀ ହୋଇଥିଲା । ଚେନ୍ନାଇ ବିଜୟ ହାସଲ କରିବା ସହିତ କେକେଆରର ପ୍ଲେ ଅଫ୍ ଆଶା ସାମାନ୍ୟ କ୍ଷୀଣ ହୋଇଛି । କେକେଆରକୁ ନିଜର ଅନ୍ତିମ ମ୍ୟାଚରେ ବିଜୟ ହାସଲ କରିବା ସହିତ ଅନ୍ୟ ଦଳ ମାନଙ୍କର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ ।