ଜେଲ୍ ରେ ରହିବାରୁ ୮ କୋଟି ପାଇଲେ

ଜେଲ୍ ରେ  ରହିବାରୁ ୮ କୋଟି ପାଇଲେ

ଆମେରିକା : ଏକାପରି ଦେଖାଯାଉଥିବା ଚେହେରାର ବ୍ୟକ୍ତିଙ୍କ ଉପରେ ଆମେ ଅନେକ ସିନେମା ଦେଖିଛେ । ସେଥିରେ ଜଣଙ୍କ ପରି ଏକାଭଳି ଦେଖାଯାଉଥିବା ଆଉ ଜଣକୁ ଚିହିଁବା ପାଇଁ କିପରି ଅସୁବିଧା ହୁଏ ତାହା ଉପରେ ବଲିଉଡ୍ ଅନେକ ସିନେମା ରହିଛି । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଚେହେରାକୁ ନେଇ ଜଣେ କିପରି ନିଜର ଅମୂଲ୍ୟ ୧୭ ବର୍ଷ ହରାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆମେରିକାର ୪୫ ବର୍ଷିୟ ରିଚାଡର଼୍ ନାମକ ଜଣେ ବ୍ୟକ୍ତି ୨୦୦୦ ମସିହାରେ ଗିରଫ ହୋଇଥିଲେ । କିନ୍ତୁ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଜଣା ପଡ଼ିନଥିଲା ଯେ ଗିରଫ ବ୍ୟକ୍ତି ଜଣକ ପ୍ରକୃତ ଦୋଷୀ ନୁହଁନ୍ତି । ବରଂ ଅଭିଯୁକ୍ତ ଙ୍କ ଭଳି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି । ସାକ୍ଷ୍ୟପ୍ରମାଣରୁ ରିଚାଡର଼୍ ଙ୍କ ଭଳି ଦେଖାଯାଉଥିବା ରିକି ଅମୋସ୍ ନାମକ ଆଉ ଜଣେ ବ୍ୟକ୍ତି ପ୍ରକୃତ ଦୋଷୀ ବୋଲି ଜଣାପଡ଼ିଥିଲା ।

ଅମୋସ୍ ଡ଼କାୟତି ପରେ ଫେରାର୍ ହୋଇଯାଇଥିଲେ । ହେଲେ ପୁଲିସ୍ ଯାଂଚ କରି ରିର୍ଚାଡ଼୍ ନିକଟରେ ପହଂଚିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ରିର୍ଚାଡ଼୍ ନିଜକୁ ନିଦେ୍ର୍ଧାଷୀ ବୋଲି ସାବାସ୍ତ କରିପାରିନଥିଲେ । ପରେ ମିଡ଼୍ୱେଷ୍ଟ ଇନୋସେନ୍ସ ପୋ୍ରଜେକ୍ଟ ଏବଂ ୟୁନିଭର୍ସିଟି ଅଫ୍ କାନ୍ସାସ୍ ସ୍କୁଲ୍ ଅଫ୍ ଲ’ ଘଟଣାର ତଦନ୍ତ କରିଥିଲା। ଏଥିରୁ ରିକି ହିଁ ପ୍ରକୃତ ଦୋଷୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଉଥିଲା । ୨୦୧୭ ରେ ରିଚାଡର଼୍ ଜେଲରୁ ମୁକୁଳିଥିଲେ ।