ତୁ ଝୁଟି ମେଁ ମକ୍କାରରେ ରଣବୀର ଓ ଶ୍ରଦ୍ଧା କପୁରଙ୍କ ଯୁଗଲବନ୍ଦୀ
ମୁମ୍ବାଇ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର'ର ଗୀତଗୁଡ଼ିକ ରିଲିଜ ହୋଇସାରିଲାଣି । ଏହା ଦିନକୁ ଦିନ ଦର୍ଶକଙ୍କର ପ୍ରଶଂସା ସାଉଁଟୁଛି । ରଣବୀର ଓ ଶ୍ରଦ୍ଧାଙ୍କ ଏହି କମେଡ଼ି ମୁଭିର ଯୁଗଲବନ୍ଦି ଦେଖିବାକୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଏକ ଗୁଜବ ରହିଛି ଯେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ତୁ ଝୁଟି ମେଁ ମକ୍କାର ରିଲିଜ୍ ତାରିଖ: ‘ତୁ ଝୁଟି ମେନ୍ ମକ୍କାର' ବର୍ତ୍ତମାନ ମାର୍ଚ୍ଚ ୮, ୨୦୨୩ ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ବର୍ତ୍ତମାନ ଫିଲ୍ମ ମାର୍ଚ୍ଚ ୮ ପରିବର୍ତ୍ତି ମାର୍ଚ୍ଚ ୭ ରେ ରିଲିଜ କରିବାକୁ ଯୋଜନା କରୁଛନ୍ତି । ଏପରି କରିବାର କାରଣ ହେଉଛି ହୋଲି ପର୍ବ ।
ହୋଲି ହେତୁ ରିଲିଜ୍ ତାରିଖ ବଦଳୁଛି
ରିପୋର୍ଟରେ କୁହାଯାଇଛି ଯେ ହୋଲି ତାରିଖ ଯୋଗୁଁ ମୁଭିର ରିଲିଜ ତାରିଖ ଘୁଞ୍ଚାଯାଇଛି । ଦେଶର ଅନେକ ସହରରେ ହୋଲି ପର୍ବ ବର୍ତ୍ତମାନ କେବଳ ମାର୍ଚ୍ଚ ୭ ରେ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଚାହୁଁଛନ୍ତି ଯେ ଚଳଚ୍ଚିତ୍ରଟି ମାର୍ଚ୍ଚ ୭ ଛୁଟିଦିନରେ କରିବା ଦ୍ୱାରା ଇନକମ ଭଲ ହେବ । ଲକ୍ଷ ରହିଛି ଛୁଟି ଦିନରେ ରିଲିଜ୍ ତାରିଖ ରଖିବା ଦ୍ୱାରା ସର୍ବାଧିକ ସଂଖ୍ୟକ ଦର୍ଶକ ଫିଲ୍ମ ଦେଖିବାକୁ ଆସିବେ । ଏଭଳି ପରିସ୍ଥିତିରେ ମାର୍ଚ୍ଚ ୮ ପରିବର୍ତ୍ତେ ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୭ ରେ ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିପାରିବ ।
ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ନୂତନ ରିଲିଜ୍ ତାରିଖ ଘୋଷଣା
ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତାମାନେ ଏ ବାବଦରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ଏବଂ ଏସବୁ କେବଳ ଆଲୋଚନା ସ୍ତରରେ ଅଛି । ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ ।




admin 