ଛାତ୍ର‌ କଂଗ୍ରେସର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର

ଛାତ୍ର‌ କଂଗ୍ରେସର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର

ଛାତ୍ର‌ କଂଗ୍ରେସର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର : ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମ ନେଇ ଥିବା କଟକଣା ହଟିଯାଇଛି  । ଛାତ୍ର କଂଗ୍ରେସ ସମେତ ବିିଭିନ୍ନ ମହଲରେ ଆନ୍ଦୋଳନ ଓ ବିରୋଧ ଯୋଗୁଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ବଦଳିଛି । ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମ ନେଇ କଟକଣା ଲାଗୁ କରାଯାଇଥିଲା  । ଏହି ପାଠ୍ୟକ୍ରମରେ ୨୦% ପିଲାଙ୍କୁ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା  । ଏହି ପାଠ୍ୟକ୍ରମ କାଂଟଛାଂଟକୁ ନେଇ ଛାତ୍ର ସଂଗଠନ, ଅଭିଭାବକ ଓ ଅନ୍ୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଫଳରେ ସରକାର ନିଷ୍ପତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ସବୁ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମ ପୂର୍ବଭଳି ଜାରିରହିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କଲେଜ ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଛନ୍ତି  ।

ସୂଚନାଯୋଗ୍ୟଯେ, ଏବେ ରାଜ୍ୟର ଅଧିକାଂଶ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମ ଜାରିରହିଛି । ଏହାଦ୍ୱାରା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏମବିଏ, ଏମସିଏ, ବିବିଏ, ବିସିଏ, ଏମଏସଡବ୍ଲ୍ୟୁ ଠାରୁ ନେଇ ସାମ୍ବାଦିକତା ପର୍ଯ୍ୟନ୍ତ ପାଠ ନିଜ ନିଜ ଅଂଚଳର କଲେଜଗୁଡ଼ିକରେ ପଢ଼ିବାର ସୁଯୋଗ ପାଉଛନ୍ତି  । ନିକଟରେ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ ଓ ଅନ୍ୟ ଛାତ୍ରନେତାଙ୍କ ଦ୍ବାରା ଏନେଇ ଜୋରଦାର ବିରୋଧ କରାଯାଇଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ବିକ୍ଷୋଭ ସହ ଟମାଟୋ ମାଡ କରାଯାଇଥିଲା ।