ବସ ଭଡ଼ା କେତେ ବଢ଼ିଲା...
ବସ ଭଡ଼ା କେତେ ବଢ଼ିଲା...
ଭୁବନେଶ୍ୱର : ଯାତ୍ରୀବାହୀ ବସ ଭଡ଼ା ବୃଦ୍ଧି ପାଇଛି । ଡିଜେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି ହୋଇଛି । ଅଟୋମେଟିକ ମେକାନିଜମ ଆଧାରରେ ବସଭଡ଼ା ବୃଦ୍ଧି କରାଯାଇଛି ।
ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା ୨ ପଇସା ବୃଦ୍ଧି ପାଇଛି । ପୂର୍ବରୁ ସାଧାରଣ ବସ ଭଡ଼ା କିଲୋମିଟର ପିଛା ୯୦ ପଇସା ଥିବାବେଳେ ଏବେ ତାହା ୯୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସଭଡ଼ା ମଧ୍ୟ ୨ ପଇସା ବୃଦ୍ଧି ପାଇ ୯୬ ପଇସାରେ ପହଁଚିଛି ।
ଅପରପକ୍ଷରେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ ଭଡ଼ା ୧ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ସେହିପରି ସୁପର ପ୍ରିମିୟମ ଭଡ଼ା ମଧ୍ୟ କିଲୋମିଟର ପିଛା ୬ ପଇସା ବଢ଼ିଛି । ଏହି ବସ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୫୭ ଥିବାବେଳେ ତାହା ଏବେ ୨ଟଙ୍କା ୬୩ ପଇସା ହୋଇଛି ।
ସୂଚନାଯୋଗ୍ୟଯେ, ପୂର୍ବରୁ ବସଭଡ଼ା ବୃଦ୍ଧିକୁ ନେଇ ବସ ମାଲିକ ସଂଘମାନେ ଆନ୍ଦୋଳନ କରୁଥିଲେ । କାହିଁକିନା ତେଲ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ଦର ବୃଦ୍ଧି ପରେ ପରିବହନ ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯିବା ସହ ବସଭଡ଼ା ବୃଦ୍ଧି ପାଉଥିଲା । କିନ୍ତୁ ପରବର୍ତୀ ସମୟରେ ବାରବାର ତେଲ ଦର କମ ବେଶୀ ହେବାରୁ ଅଟୋମେଟିକ ମେକାନିଜମ ଆଧାରରେ ବସଭଡ଼ା ବୃଦ୍ଧି ବା ହ୍ରାସ କରାଯାଉଛି ।




admin 